
ମାଲକାନଗିରି , ୩୦ ସେପ୍ଟେମ୍ବର (ହି.ସ.) - ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟରେ ଓଡିଶା ବାଣିଜ୍ୟ ସଙ୍ଘ ତରଫରୁ ମେଧାବୀ ଛାତ୍ର ଅନୁସନ୍ଧାନ ପରୀକ୍ଷା ୨୦୨୬ଆଜି ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ କେନ୍ଦ୍ର ଅଧିକ୍ଷକ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ପରୀକ୍ଷା ନିରୀକ୍ଷକ ଓ ମୂଲ୍ୟାୟନକାରୀ ଭାବରେ ଦିପ୍ତୀରେଖା ମିଶ୍ର ଓ ବି. ଗୁପ୍ତେଶ୍ୱର ରାଓ କାର୍ଯ୍ୟ କରିଥିଲେ । ମୋଟ ୧୫ ଜଣ ବିଦ୍ୟାର୍ଥୀ ଏହି ପରୀକ୍ଷା ପାଇଁ ପଞ୍ଜିକୃତ କରିଥିବା ବେଳେ ୧୧ଜଣ ଉପସ୍ଥିତ ରହି ଏହି ପରୀକ୍ଷା ଦେଇଥିଲେ । ଏହା ଏକ ସ୍ନାତକ (ବାଣିଜ୍ୟ)ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରାଜ୍ୟ ସ୍ତରରେ ପରବର୍ତୀ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଫକୀର ମୋହନ ବିଶ୍ୱ ବିଦ୍ୟାଳୟରେ ଡିସେମ୍ବର ୨୦୨୬ରେ ଅନୁଷ୍ଠିତ ହେବ ଏବଂ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯିବ । ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାରେ ଜୋନ ସ୍ତରୀୟ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଓଡିଶା ବାଣିଜ୍ୟ ସଂଘର ସଭାପତି ପ୍ରଫେସର ଡକ୍ଟର କିଶୋର କୁମାର ଦାଶ, ସାଧାରଣ ସମ୍ପାଦକ ଡକ୍ଟର ବିଶ୍ୱରଞ୍ଜନ ଜେନା ଓ ଦିଲ୍ଲୀପ ପଟେଲ, ଶ୍ରୀନିବାସ ରାଓଙ୍କ ଅନୁରୋଧ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ