ଗ୍ରାମ ମୁଖ୍ୟରାସ୍ତା ଉପରେ ଥିବା ଜବର ଦଖଲ ହଟେଇବା ପାଇଁଜିଲ୍ଲାପାଳଙ୍କ ନିକଟରେ ଦାବି
କେନ୍ଦ୍ରାପଡା , ୩୦ ସେପ୍େଟମ୍ବର (ହି.ସ.) -କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଛୋଟି ପଂଚାୟତର ଚକ ରଘୁନାଥପୁର (ନୁରୁଖାପାଟଣା) ଗ୍ରାମରେ କେତେକ ବ୍ୟକ୍ତି ମୁଖ୍ୟରାସ୍ତାକୁ ମଡାଇ ଘରଦ୍ୱାର କରି ଥିବାରୁ ଯାତାୟତ ସହିତ ଆମ୍ବୁଲାନ୍ସ, ସ୍କୁଲଗାଡି, ଅଗ୍ନିଶମଗାଡି ଯାତାୟତରେ ଅସୁବିଧା ହେଉଚି
ଗ୍ରାମମୁଖ୍ୟରାସ୍ତାଉପରେ ଥିବା ଜବରଦଖଲ ହଟେଇବା ପାଇଁଜିଲ୍ଲାପାଳଙ୍କ ନିକଟରେ ଦାବି ।


କେନ୍ଦ୍ରାପଡା , ୩୦ ସେପ୍େଟମ୍ବର (ହି.ସ.) -କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଛୋଟି ପଂଚାୟତର ଚକ ରଘୁନାଥପୁର (ନୁରୁଖାପାଟଣା) ଗ୍ରାମରେ କେତେକ ବ୍ୟକ୍ତି ମୁଖ୍ୟରାସ୍ତାକୁ ମଡାଇ ଘରଦ୍ୱାର କରି ଥିବାରୁ ଯାତାୟତ ସହିତ ଆମ୍ବୁଲାନ୍ସ, ସ୍କୁଲଗାଡି, ଅଗ୍ନିଶମଗାଡି ଯାତାୟତରେ ଅସୁବିଧା ହେଉଚି ।ବର୍ତମାନ ଏହିରାସ୍ତାଟି ଆର୍ଡିବିଭାଗ ଦ୍ୱାରକାମ ହେଉଥିବାରୁ ରାସ୍ତାର ଉଭୟପାଶ୍ୱର୍ରେ ଜବରଦଖଲ କରିମାଡିରହିଥିବାକୁ ଉଚ୍ଛେଦ କରିବା ପାଇଁଗ୍ରାମ ବାସୀମାନେ ଦାବିକରି ଏକ ଦାବିପତ୍ରଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।ଏହି ଦାବିପତ୍ର ପ୍ରଦାନ ସମୟରେ ସତ୍ୟରଞ୍ଜନ ଜେନା, ସଚ୍ଚିଦାନନ୍ଦ ଜେନା, ଇସିତାଜେନା, ନିହାର ରଞ୍ଜନ ଜେନା, ରାଜକିଶୋର ମହାପାତ୍ର, ରୀତାରାଣୀ ଜେନା, ବିଳାସିନୀଜେନା ପ୍ରମୁଖଉପସ୍ଥିତ ଥିଲେ ।

-----------------

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande