ଅବକାରୀ ବିଭାଗର ସଫଳତା, ୯ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.) ଆଜି ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କେନ୍ଦୁଝର ଅବକାରୀ ଅଧିକ୍ଷକ ଦେବରାଜ ଜାନିଙ୍କ ନିର୍ଦେଶ କ୍ରମେ କେନ୍ଦୁଝର ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନ୍ସପେକ୍ଟର ପୁର୍ଣଚନ୍ଦ୍ର ବେହେରା ସଦଳବଳେ ସେଣ୍ଡକାପ ବଜାରରେ ଚଢ଼ାଉ କରିଥିଲେ । ଏହି ସମ
ଅବକାରୀ ବିଭାଗର ସଫଳତା, ୯ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ


କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.) ଆଜି ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କେନ୍ଦୁଝର ଅବକାରୀ ଅଧିକ୍ଷକ ଦେବରାଜ ଜାନିଙ୍କ ନିର୍ଦେଶ କ୍ରମେ କେନ୍ଦୁଝର ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନ୍ସପେକ୍ଟର ପୁର୍ଣଚନ୍ଦ୍ର ବେହେରା ସଦଳବଳେ ସେଣ୍ଡକାପ ବଜାରରେ ଚଢ଼ାଉ କରିଥିଲେ । ଏହି ସମୟରେ ସେଣ୍ଡକାପର ଶିବଚରଣ ସେନାପିତ ନାମକ ଜଣେ ଯୁବକ ଜରିବସ୍ତା ନେଇ ଯାଉଥିବା ଦେଖି ସନ୍ଦେହ ହେବାରୁ ତାକୁ ଅଟକାଇ ପଚରାଉଚୁରା କରିବା ସମୟରେ ସେ ବସ୍ତାରେ ଗଞ୍ଜେଇ ନେଇ ଯାଉଥିବା କଥା ମାନିଥିଲା। ସଙ୍ଗେସଙ୍ଗେ ମୋବଇଲ ସ୍କ୍ୱାର୍ଡ ବସ୍ତାରେ ଥିବା ୯ କିଲୋ ଗଞ୍ଜେଇ ସହ ଗିରଫ କରିଥିଲେ । ତାକୁ କେନ୍ଦୁଝର ଅବକାରୀ ଥାନାକୁ ଆଣି ଗଞ୍ଜେଇ କେଉଁଠୁ ଆଣିଥିଲା ନେଇ ପଚରା ଉଚୁରା କରିବା ପରେ ପିଆର କେଶ ନମ୍ବର ୧୧୬/୨୦୨୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ ଚାଲାଣ କରାଯାଇଛି। ଏହା ସହ ଗଞ୍ଜେଇ ଦେଇଥିବା ଲୋକକୁ ଧରିବା ପାଇଁ ଚଢ଼ାଉ ଜାରି ରହିବା ନେଇ ସୂଚନା ଦେଇଛନ୍ତି ଇନ୍ସପେକ୍ଟର ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande