ଜାତୀୟ ସ୍ତରୀୟ ସିବିଏସଇ ଯୋଗାସନ ପ୍ରତିଯୋଗିତା ପାଇଁ ସାଇ ପ୍ରକାଶ ନାୟକ ମନୋନୀତ
ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଅଗ୍ରଣୀ ସ୍କୁଲ ଭାବେ ପରିଗଣିତ ଏସବିଡି ଇଂଟରନ୍ୟାସନାଲ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ସାଇପ୍ରକାଶ ନାୟକ ପ୍ରଥମ ଥର ପାଇଁ ଭଦ୍ରକ ଜିଲ୍ଲାରୁ ଓ ସିବିଏସଇ ସ୍କୁଲର ୧୪ ବର୍ଷରୁ କମ ବାଳକ ଦଳର ଯୋଗାସନ ପ୍ରତିଯୋଗିତାରେ ଜାତୀୟ ସ୍ତରକୁ ଖେଳିବା ପାଇଁ ମନ
JATIYASTARIYA CBSE JOGASANA PRAKASH


ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଅଗ୍ରଣୀ ସ୍କୁଲ ଭାବେ ପରିଗଣିତ ଏସବିଡି ଇଂଟରନ୍ୟାସନାଲ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ସାଇପ୍ରକାଶ ନାୟକ ପ୍ରଥମ ଥର ପାଇଁ ଭଦ୍ରକ ଜିଲ୍ଲାରୁ ଓ ସିବିଏସଇ ସ୍କୁଲର ୧୪ ବର୍ଷରୁ କମ ବାଳକ ଦଳର ଯୋଗାସନ ପ୍ରତିଯୋଗିତାରେ ଜାତୀୟ ସ୍ତରକୁ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ନାହା ଗ୍ରାମର ମାତା କଳ୍ପନା ମହାପାତ୍ର ଓ ପିତା ପ୍ରଶାନ୍ତ କୁମାର ମହାପାତ୍ରଙ୍କ ପୁତ୍ର ସାଇ ପ୍ରକାଶ ଏହି ପ୍ରତିଯୋଗିତା ପୂର୍ବରୁ ପଶ୍ଚିମବଙ୍ଗ ସ୍ଥିତ ଜିଡି ଗୋଏଙ୍କା ସ୍କୁଲ, ଦକ୍ଷୀଣଶ୍ୱରରେ ଇ୍େଯ ଜୋନସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୧୪ ବର୍ଷରୁ କମ୍ ଟ୍ରାଡିସନାଲ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟସ୍ତରକୁ ମନୋନୀତ ହୋଇଥିଲେ। ସେ ବର୍ତମାନ ଜାତୀୟସ୍ତରରେ ଭାଗ ନେବା ପାଇଁ ହରିଆନାର କର୍ଣ୍ଣଲ ସ୍ତିତ ଶ୍ରୀରାମ ପବ୍ଲିକ ସ୍କୁଳକୁ ଯାତ୍ରା କରିବେ। ତାଙ୍କର ଏହି ସଫଳତା ପଛରେ ମାତା କଳ୍ପନାଙ୍କ ପ୍ରମୁଖ ଅବଦାନ ଅଛି ବୋଲି କହିଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଟର ଦେବତା, ଚେୟାରମ୍ୟାନ ଦେବାଶିଶ ଦୀକ୍ଷିତ, ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦିକ୍ଷୀତ, ପରିଚାଳନା ନିର୍ଦ୍ଦେଶିକା ବନ୍ଦିତା ଦୀକ୍ଷିତ, ମାର୍ଗଦସର୍ଶକ ପ୍ର. ଶୈଳେନ୍ଦ୍ର ମହାପାତ୍ର, ଦେବେନ୍ଦ୍ର ଶତପଥୀ, ଶିକ୍ଷାବିତ ବିପିନି ବିହାରୀ କର, ମାଡାମ ଚେୟାରମ୍ୟାନ ଆଶାବରୀ କର, ତଥା ଉପାଧ୍ୟକ୍ଷା ପୁଷ୍ପିତା ସ୍ୱାଇଁ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକା ଏବଂ କର୍ମଚାରୀ ପ୍ରମୁଖ ତାଙ୍କୁ ଶୁଭେଛା ଜଣାଇଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande