
ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ରାଣୀ ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଏକ ଭବ୍ୟ ଆୟୋଜନରେ ଅନୁଷ୍ଠିତ ହୋଇ ଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ କୁମାର ସାହୁଙ୍କ ପରିଚାଳନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସେବା ନିବୃତ ବିଇଓ ଗଦାଧର ଜେନା, ଚିତରଞ୍ଜନ ତ୍ରିପାଠୀ, ଅବସରପ୍ରାପ୍ତ ଏବିଇଓ ବିଜୟଲକ୍ଷ୍ମୀ ନାୟକ, ଶ୍ରୀଚରଣ ମଲ୍ଲିକ, ଏବିଇଓ ନିଜାମୁଦ୍ଦିନ, ଏସଏଜେ ନୋଡାଲ ଦୋବଲର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ରାଉତଙ୍କ ଛାତ୍ର ବତ୍ସଳତା ଓ ଶିକ୍ଷାଦାନ ଶୈଳୀର ଭୂୟସୀ ପ୍ରଶଂସା କରିଥିଲେ। ଦୋବଲ ସିଆରସିସି ହପ୍ପା ମାରାଣ୍ଡି ଅତିଥି ମଂଚ ଆବାହନ କରିଥିବା ବେଳେ ଖଙ୍ଗରା ନୋଡାଲ ପ୍ରଧାନ ଶିକ୍ଷକ ପୁରୁଷୋତମ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏସଏମସି ସଭାପତି ସେକ ନିଆଜଉଦ୍ଦିନ, ଶିକ୍ଷୟିତ୍ରୀ ରୀତା ରାଉତ ଓ କିଶୋରୀ ମଣି ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ତ୍ରିଲୋଚନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସମ୍ବର୍ଦ୍ଧିତ ପ୍ରତିଭା ମମତା ରାଣୀ ରାଉତଙ୍କୁ ବିଦ୍ୟାଳୟ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ଉତରୀୟ, ମାନପତ୍ର ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ମାନ ପ୍ରଦାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ