ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ନବନିର୍ମାଣ ଯୁବ ଛାତ୍ର ସଂଗଠନ, ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ
ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଗଣତନ୍ତ୍ର ହତ୍ୟାକାରୀ ଭୋଟଚୋର ଜ୍ଞାନେଶ କୁମାର ଙ୍କୁ ବରଖାସ୍ତ, ଓଡିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ, ଭାରତର ଛାତ୍ର ଫେଡେରେସନ (ଏସ୍ଏଫ୍ଆଇ) ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ( ଡିୱାଇଏଫ୍ଆଇ)
NABA NIRMAN JUBA CHATRA SANGATHAN NH ABARODH


ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଗଣତନ୍ତ୍ର ହତ୍ୟାକାରୀ ଭୋଟଚୋର ଜ୍ଞାନେଶ କୁମାର ଙ୍କୁ ବରଖାସ୍ତ, ଓଡିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ, ଭାରତର ଛାତ୍ର ଫେଡେରେସନ (ଏସ୍ଏଫ୍ଆଇ) ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ( ଡିୱାଇଏଫ୍ଆଇ) ପକ୍ଷରୁ ଭଦ୍ରକ କଲେଜ ଛକ ଠାରେ ଜାତୀୟ ରାଜପଥ- ୧୬ କୁ ଅବରୋଧ କରାଯାଇଥିଲା । ଫଳରେ ହଜାର ହଜାର ଗାଡି ବଂଦ ହୋଇ ଅଟକ ରହିଥିଲା । ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭାରତୀୟ ଜନତା ପାର୍ଟିର ଅସ୍ତ୍ର ସାଜି ଏସ୍ ଆଇ ଆର ମାଧ୍ୟମରେ ନିର୍ବାଚନ କମିଶନଙ୍କ ଡାଟାବେସ୍ କୁ କେନ୍ଦ୍ରୀକରଣ କରି ବିଏଲଓ ଓ ପ୍ରାଥମିକ ସ୍ତରରେ ଥିବା ନିର୍ବାଚନ ଅଧିକାରୀ ମାନଙ୍କ ଅଧିକାର ହରଣ କରି ଭୋଟର ତାଲିକାରୁ ବିରୋଧୀ ରାଜନୈତିକ ଦଳର ଭୋଟର, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ୧୩ କୋଟି ଭୋଟର କାଟି ଦେଶଦ୍ରୋହ ଅପରାଧ କରିଛନ୍ତି ବୋଲି ଯୁବ ଛାତ୍ର ନେତୃତ୍ୱ ଅଭିଯୋଗ କରିବା ସହ ଅବିଳମ୍ବେ ଜ୍ଞାନେଶ କୁମାର ଙ୍କୁ ବରଖାସ୍ତ କରିବାକୁ ଦାବି କରିଥିଲେ । ଓଡିଶାର ପ୍ରଗତିଶୀଳ, ବୈଜ୍ଞାନିକ ଓ ସାର୍ବଜନୀନ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ଆଭିମୁଖ୍ଯ ସହ ଶିକ୍ଷାର ସାଂପ୍ରଦାୟିକରଣ ଓ ଇତିହାସର ବିକୃତକରଣ କରିବା ପାଇଁ ଷଡଯନ୍ତ୍ର କରି ତ୍ରୁଟିପୂର୍ଣ୍ଣ ଭାବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ଛାପି ଓଡିଶାର ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହ ଏହି ବହି ଛାପିବା ଘଟଣାରେ ଜଡିତ ସମସ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଗଣସଂଗଠନ ଗୁଡିକ ଦାବିକରିଥିଲେ । ଏହି ଦାବି ଗୁଡିକ ପୂରଣ ନହେଲେ ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡଶା ବଂଦରେ ସାମିଲ ହେବେ ବୋଲି ଏସ୍ଏଫ୍ଆଇ, ଡିୱାଇଏଫ୍ଆଇ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ସକାଳ ୬ ଘଟିକା ଠାରୁ ରାସ୍ତାରୋକ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ସକାଳ ୧୦ ଟା ରେ ଭଦ୍ରକ ଟାଉନଥାନା ପୋଲିସ୍ ଆନ୍ଦୋଳନକାରୀ ମାନଙ୍କୁ ଗିରଫ କରିବା ପରେ ଆନ୍ଦୋଳନ ସ୍ଥଗିତ ରହିଥିଲା । ଏହି ବଂଦ ଆନ୍ଦୋଳନରେ ଡିୱାଇଏଫ୍ଆଇ ର ଭଦ୍ରକ ଜିଲ୍ଲା ଆବାହକ ଆଇନଜୀବୀ ବିକାଶ ନାଥ, ଡିୱାଇଏଫ୍ଆଇ ର ଅନ୍ୟତମ ସଂଗଠକ ବିନୋଦ ସାହୁ, ନବନିର୍ମାଣ ଯୁବ- ଛାତ୍ର ଜିଲ୍ଲା ସଭାପତି ଜାହିର ଖାନ୍, ନବନିର୍ମାଣ ଯୁବ- ଛାତ୍ର ସଂଗଠନର ଜିଲ୍ଲା ପ୍ରବକ୍ତା ସବିର ଖାନ୍, ଯୁବନେତ୍ରୀ ପରମିନ ଖାତୁନ,ଛାତ୍ର ନେତ୍ରୀ ଅର୍ଚ୍ଚନା ସାହୁ, ଯୁବନେତା ଗୁଲମ ମୁର୍ତୁଜା, ଯୁବନେତା ଜାନ୍ ଖାନ୍, ଯୁବନେତା ଭୁଟ୍ଟୁ ଖାନ୍ ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande