କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକରେ ସଫେଇ ମିତ୍ର ସୁରକ୍ଷା ଓ ସମ୍ମାନ ଶିବିର ଅନୁଷ୍ଠିତ
କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.) ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ସଫେଇ ମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର ଆଜି ଜିଲ୍ଲାର ସମସ୍ତ ବ୍ଲକରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାର ସମସ୍ତ ସ୍ୱଚ୍ଛତା କର୍ମୀ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଜାତୀୟ ସ୍ତରୀୟ କାର୍ଯ୍ୟକ
Ppe kit


କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.) ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ସଫେଇ ମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର ଆଜି ଜିଲ୍ଲାର ସମସ୍ତ ବ୍ଲକରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାର ସମସ୍ତ ସ୍ୱଚ୍ଛତା କର୍ମୀ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରଦର୍ଶିତ ହୋଇଥିଲା। ଏହାସହ ସ୍ୱଚ୍ଛତା ଶପଥ ପାଠ, ସ୍ୱଚ୍ଛତା କର୍ମୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସୁରକ୍ଷା ଉପକରଣ (ପିପିଇ କିଟ୍) ବଣ୍ଟନ, ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତିକରଣ, ସୁରକ୍ଷା ଉପକରଣ ବ୍ୟବହାର ଉପରେ ପ୍ରଦର୍ଶନ ଏବଂ ସ୍ୱଚ୍ଛତା କର୍ମୀମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande