ଗ୍ରାମସଭାକୁ ଅଧିକ ଅର୍ଥପୂର୍ଣ୍ଣ କରିବାକୁ ସରପଂଚମାନଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, ୩୦ ସେପ୍ଟେମ୍ବର (ହି.ସ.) - ଆସନ୍ତା ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ଗ୍ରାମ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ। ଏହି ଗ୍ରାମସଭାକୁ ଅଧିକ ଅର୍ଥପୂର୍ଣ୍ଣ, ଲୋକାଭିମୁଖ ଓ ଅଂଶଗ୍ରହଣମୂଳକ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍
ଗ୍ରାମସଭାକୁ ଅଧିକ ଅର୍ଥପୂର୍ଣ୍ଣ କରିବାକୁ ସରପଂଚମାନଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଆହ୍ୱାନ


ଭୁବନେଶ୍ୱର, ୩୦ ସେପ୍ଟେମ୍ବର (ହି.ସ.) - ଆସନ୍ତା ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ଗ୍ରାମ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ। ଏହି ଗ୍ରାମସଭାକୁ ଅଧିକ ଅର୍ଥପୂର୍ଣ୍ଣ, ଲୋକାଭିମୁଖ ଓ ଅଂଶଗ୍ରହଣମୂଳକ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ରାଜ୍ୟର ସମସ୍ତ ସରପଂଚଙ୍କୁ ଚିଠି ଲେଖିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ‘ଗ୍ରାମ ସ୍ୱରାଜ’ ର ଭାବନାକୁ ଆଧାର କରି ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣରେ ସ୍ଥାନୀୟ ସମସ୍ୟା, ଆବଶ୍ୟକତା, ସମ୍ଭାବନା ଓ ବିକାଶର ପ୍ରାଥମିକତା ଚିହ୍ନଟ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ‘ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ ୨୦୨୬-୨୭’ ମାଧ୍ୟମରେ ଲୋକଙ୍କ ମତାମତ ଓ ଅଂଶଗ୍ରହଣକୁ ଗ୍ରାମ ପଂଚାୟତ ବିକାଶ ଯୋଜନା ପ୍ରସ୍ତୁତିର ଆଧାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଚଳିତ ବର୍ଷର ସ୍ୱତନ୍ତ୍ର ଗ୍ରାମସଭାର ଅନ୍ୟତମ ପ୍ରମୁଖ ବିଷୟ ଭାବେ ‘ରିଫର୍ମ ଉତ୍ସବ’ ରହିବ। ଗ୍ରାମସଭାରେ ବିଭିନ୍ନ ସରକାରୀ ଯୋଜନା, ସଂସ୍କାରମୂଳକ ପଦକ୍ଷେପ ଓ ଗ୍ରାମୀଣ ବିକାଶ ସହ ଜଡ଼ିତ ବିଷୟ ଉପରେ ଆଲୋଚନା ସହ ଗ୍ରାମବାସୀଙ୍କ ଅଧିକ ସକ୍ରିୟ ଭୂମିକା ସୁନିଶ୍ଚିତ କରିବାକୁ ମାନ୍ୟବର ମନ୍ତ୍ରୀ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande