ରତ୍ନ ପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଗଞାମ, ୩୦ ସେପ୍ଟେମ୍ବର (ହି.ସ.) - ରତ୍ନପୁରରେ ପଦଚାରୀଙ୍କୁ ଧକ୍କା ଦେଇ ମୃତ୍ୟୁ ଘଟାଇଥିବା ଅଭିଯୋଗରେ ବ୍ରହ୍ମପୁର ସଦର ପୋଲିସ ଅଟୋ ଚାଳକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତହେଲେ ମାସିଆଖାଲି ଗ୍ରାମର କାହ୍ନୁ ଚରଣ ଦାସ (୨୯), ତାକୁ ୩୦.୦୯.୨୦୨୬ ଅପରାହ୍ନ ୨ଟାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଦୁ
ରତ୍ନପୁର ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା


ଗଞାମ, ୩୦ ସେପ୍ଟେମ୍ବର (ହି.ସ.) - ରତ୍ନପୁରରେ ପଦଚାରୀଙ୍କୁ ଧକ୍କା ଦେଇ ମୃତ୍ୟୁ ଘଟାଇଥିବା ଅଭିଯୋଗରେ ବ୍ରହ୍ମପୁର ସଦର ପୋଲିସ ଅଟୋ ଚାଳକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତହେଲେ ମାସିଆଖାଲି ଗ୍ରାମର କାହ୍ନୁ ଚରଣ ଦାସ (୨୯), ତାକୁ ୩୦.୦୯.୨୦୨୬ ଅପରାହ୍ନ ୨ଟାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଦୁର୍ଘଟଣା ଘଟାଇଥିବା ମହିନ୍ଦ୍ରା, ଇଭି ଓଡ଼ି ୦୭ ଏଜେଡ଼ ୩୦୫୮ ଓ କାଗଜପତ୍ରଜବତ ହୋଇଛି।

୩୦.୦୯.୨୦୨୬ ସକାଳ ପ୍ରାୟ ୫:୪୫ ରେ ଏନଏଚ ୫୯ ରତ୍ନପୁର ନିଉ ପିଜା ହୋଟେଲ ସାମ୍ନାରେ ନବୀନ ପୋଲାଇ (୫୮) ରାସ୍ତା କଡରେ ଚାଲୁଥିବା ବେଳେ କୁକୁଡାଖଣ୍ଡି ପଟୁ ଦ୍ରୁତ ଓ ବେପରୁଆ ଭାବେ ଆସୁଥିବା ଇ-ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ଭାଇ ସୁବାଷ ଚନ୍ଦ୍ର ପୋଲାଇଙ୍କ ଅଭିଯୋଗ ପରେ କେସ ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande