
ମାଲକାନଗିରି , ୩୦ ସେପ୍େଟମ୍ବର (ହି.ସ.) - ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ମିଳିଥିବା ନିର୍ଭରଯୋଗ୍ୟ ସୂଚନା ଆଧାରରେ, ଆଜି ବାଲିମେଳା ରେଞ୍ଜ ଅଧୀନ ସୋମନାଥପୁର ସେକ୍ସନ୍ର ପୁଷ୍ପାଲି ବିଟ୍ ଅନ୍ତର୍ଗତ ଏମ୍.ଭି. ୫୩ ଗ୍ରାମର ରବି ରାୟଙ୍କ ଘର ନିକଟସ୍ଥ ପଛପଟ ଅଂଚଳରୁ ଗୋଟିଏ ଭାରତୀୟ ପାଙ୍ଗୋଲିନକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇଥିବା ପାଙ୍ଗୋଲିନ୍ଟି ବର୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛି ଏବଂ ଏହାର ଯତ୍ନ ନିଆଯାଉଛି। ସୁସ୍ଥ ଓ ନିରାପଦ ବୋଲି ବିବେଚିତ ହେବା ପରେ, ନିୟମ ଅନୁଯାୟୀ ଏହାକୁ ଏହାର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯିବ। ଏ ସମ୍ପର୍କରେ ଏକ ୟୁଡ଼ି ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।
----------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ