ବଲାଙ୍ଗିର ଜିଲ୍ଲା ଯୁବ କୁଲତା ସମାଜର ମହତ୍ ପ୍ରୟାସ
ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.) - ହର୍ଡାଟାଲ ଗ୍ରାମର ଗୁରୁବାରୀ ଭୋଇ ଗୁରୁତର ଅସୁସ୍ଥ ହୋଇ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଡାକ୍ତର ତାଙ୍କୁ ତୁରନ୍ତ ଜରୁରୀକାଳିନ ଭାବେ ରକ୍ତ ଆବଶ୍ୟକ ବୋଲି ପରାମର୍ଶ ଦେ
ବଲାଙ୍ଗିର ଜିଲ୍ଲା ଯୁବ କୁଲତା ସମାଜର ମହତ୍ ପ୍ରୟାସ


ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.) - ହର୍ଡାଟାଲ ଗ୍ରାମର ଗୁରୁବାରୀ ଭୋଇ ଗୁରୁତର ଅସୁସ୍ଥ ହୋଇ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଡାକ୍ତର ତାଙ୍କୁ ତୁରନ୍ତ ଜରୁରୀକାଳିନ ଭାବେ ରକ୍ତ ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଏହି ଖବର ପାଇବା ପରେ ଗୁରୁବାରୀଙ୍କ ପୁଅ ପ୍ରକାଶ ଭୋଇ ସହାୟତା ପାଇଁ ବଲାଙ୍ଗିର ସହାୟତା ପାଇଁ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସଭାପତି ତଥା ସମାଜସେବୀ ଅସୀମ କୁମାର ଭୋଇଙ୍କ ସହ ଯୋଗାଯୋଗ କରି ରକ୍ତ ପାଇଁ ଅନୁରୋଧ କରିଥିଲେ । ଅସୀମ ଭୋଇଙ୍କ ନିବେଦନ କ୍ରମେ ଯୁବ କୁଲୁତା ସମାଜ ସଦସ୍ୟ ମହିମୁଣ୍ଡା ଗ୍ରାମର ଯୁବକ ଜଗନ୍ନାଥ ବିଶ୍ୱାଳ ବିନା ଦ୍ୱିଧାରେ ୧୫ କିଲୋମିଟର ଦୂରରୁ ତୁରନ୍ତ ଆସି ‘ଓ’ ପଜିଟିଭ୍ ରକ୍ତଦାନ କରିଥିଲେ । ତାଙ୍କ ଏହି ସମୟୋପଯୋଗୀ ରକ୍ତଦାନ ଯୋଗୁଁ ଗୁରୁବାରୀ ଭୋଇଙ୍କ ଜୀବନ ବଂଚିପାରିଛି । ଏହି ଅତୁଳନୀୟ ଓ ମହତ କାର୍ଯ୍ୟ ପାଇଁ ହର୍ଡାଟାଲ ଗ୍ରାମବାସୀ ଜିଲ୍ଲା ଯୁବ କୁଲୁତା ସମାଜ ଓ ଜଗନ୍ନାଥ ବିଶ୍ୱାଳଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ରକ୍ତଦାନ ପରେ ପ୍ରକୃତି ବନ୍ଧୁ ଅସୀମ ଭୋଇ ରକ୍ତଦାତା ଜଗନ୍ନାଥ ବିଶ୍ୱାଳ ଙ୍କୁ ଗୋଟିଏ ବୃକ୍ଷଚାରା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲଡ ବ୍ୟାଙ୍କ କର୍ମଚାରୀ ନିତୁ ପୁଟେଲ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande