ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ
ପୁରୀ, ୩୦ ସେପ୍ଟେମ୍ବର (ହି.ସ.) - ଆଶ୍ୱିନ ମାସ କୃଷ୍ଣପକ୍ଷ ଚତୁର୍ଥୀ ବୁଧବାର ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ସର୍ବସାଧାରଣ ଦର୍ଶନ ସନ୍ଧ୍ୟା ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ଘଂଟା ଧରି ଦର୍ଶନ ବନ୍ଦ ରହିଥିଲା । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି
ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ


ପୁରୀ, ୩୦ ସେପ୍ଟେମ୍ବର (ହି.ସ.) - ଆଶ୍ୱିନ ମାସ କୃଷ୍ଣପକ୍ଷ ଚତୁର୍ଥୀ ବୁଧବାର ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ସର୍ବସାଧାରଣ ଦର୍ଶନ ସନ୍ଧ୍ୟା ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ଘଂଟା ଧରି ଦର୍ଶନ ବନ୍ଦ ରହିଥିଲା । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି ଆରମ୍ଭ ହୋଇଥିଲା । ଦତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିଥିଲେ । ମଧ୍ୟାହ୍ନଧୂପ ସରିବା ପରେ ଗର୍ଭ ଗୃହ ବନ୍ଦ ହୋଇ ଏହି ନୀତି ସମ୍ପାଦନ ହୋଇଥିଲା । ଦତ ମହାପାତ୍ର ସେବକ ରତ୍ନସିଂହାସନ ଉପରକୁ ଯାଇ ଶ୍ରୀବିଗ୍ରହଙ୍କ ମୁଖଶୃଙ୍ଗାର କରିଥିଲେ । ପ୍ରାକୃତିକ ରଙ୍ଗ ସହ କସ୍ତୁରୀ ଓ କେଶର ସୁବାସିତ ପଦାର୍ଥ ମିଶ୍ରଣ କରାଯାଇଥିଲା । ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ, ହରିତାଳରୁ ହଳଦିଆ ରଙ୍ଗ, ହେଙ୍ଗୁଳରୁ କଳା ରଙ୍ଗ ପ୍ରସ୍ତୁତ କରାଯାଇ ଏହି ରଙ୍ଗରେ କସ୍ତୁରୀ ଓ କର୍ପୂର ମିଶାଯାଇ ମହାପ୍ରଭୁଙ୍କୁ ବନକଲାଗି କରାଯାଇଥିଲା । ବନକଲାଗି ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ମହାପ୍ରଭୁଙ୍କ ମହାସ୍ନାନ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande