
ଜୟପୁର, ୩୦ ସେପ୍ଟେମ୍ବର (ହି.ସ.) - କୋରାପୁଟ ଜିଲା ଜୟପୁର ପାରବେଢ଼ା ରେ ଥିବା ଏଲଜି ସର୍ଭିସ ଷ୍ଟେସନ ରେ ଚୋରି ମାମଲାରେ ପୋଲିସ ୩ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ପୌରପାଳିକାର ସଫେଇ କର୍ମଚାରୀ କଲୋନୀର ସଦନ ଆକୋଜି(୩୫), ମଘଦୁ ନାୟକ (୩୫) ଓ ଅଜୟ ପରଜା (୨୦)। ପୋଲିସ ସେମାନଙ୍କଠାରୁ ତମ୍ବା ତାର, ଏସି ପାଇପ୍ ଓ ଏକ ଏଲ୍ଇଡି ଟିଭି ଜବତ କରିଛି। ଗିରଫ ପରେ ତିନି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାକୁ ନେଇ ଜୟପୁର ଟାଉନ୍ ଥାନାରେ ସେପ୍େଟମ୍ବର ୨୮ ତାରିଖରେ ଏକ ମାମଲା ନଂ ୩୭୨/୨୬ ରୁଜୁ ହୋଇଥିଲା। ତଦନ୍ତ ପରେ ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ତିନି ଅଭିଯୁକ୍ତ କୁ ଗିରଫ କରାଯାଇଛି।, ଜୟପୁର ସହରର ପାରାବେଡ଼ା ସତ୍ୟ ଅଧିକାରୀ ଛକରେ ଥିବା ଏକ ଏଲ୍ଜି ସର୍ଭିସ ସେଂଟରରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ସର୍ଭିସ ସେଂଟରର ସାମ୍ନା ପଟ କବାଟର ତାଲା ଭାଙ୍ଗି ୩ ଅଜଣା ଦୁର୍ବୃତ ଅନେକ ସାମଗ୍ରୀ ଲୁଟି ନେଇଛନ୍ତି। ଚୋରିର ସମସ୍ତ ଦୃଶ୍ୟ ସୋ’ରୁମରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିବା ନେଇ ସର୍ଭିସ ସେଂଟର ମାଲିକ କହିଛନ୍ତି। ସୂଚନା ଅନୁଯାୟୀ, ସର୍ଭିସ ସେଂଟର ମାଲିକ ଦୀପକ କୁମାର ନାୟକ(୩୮) ଗତ ୨୭ ତାରିଖ ରାତି ପ୍ରାୟ ସାଢେ ୮ଟାରେ କର୍ମଚାରୀଙ୍କ ସହ ସୋ’ରୁମକୁ ବନ୍ଦ କରି ଘରକୁ ଯାଇଥିଲେ। ତେବେ ୨୮ ତାରିଖ ସକାଳ ପ୍ରାୟ ସାଢେ ୯ଟାରେ ତାଙ୍କ ସାନଭାଇ ସୋ’ରୁମ୍ ଖୋଲିବାକୁ ଆସିଥିବାବେଳେ ସର୍ଭିସ ଷ୍ଟେସନର ସାମ୍ନା ଘରର କବାଟ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ସେ ଭିତରକୁ ଯାଇ ଯାଂଚ କରିବା ପରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଥିଲା। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ୪ ବଣ୍ଡଲ କପର ପାଇପ୍ର ମୂଲ୍ୟ ପ୍ରାୟ ୪୫ ହଜାର ଟଙ୍କା, ୱୟାର ୨୦ ହଜାର, ଏଲ୍ଜି ୩୨ ଇଂଚ୍ ସ୍ମାର୍ଟ ଟିଭି ୨୨ ହଜାର ଏବଂ ସ୍ପେୟାର ପାର୍ଟ ୧୫ ହଜାର ଟଙ୍କା ହୋଇଥିବା ବେଳେ ଏସବୁକୁ ମିଶାଇ ପ୍ରାୟ ୧ ଲକ୍ଷ ୨ ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ରେ ଉଲ୍ଲେଖ କରାଯାଇଛି ।
ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଅଭିଯୁକ୍ତ କୁ ଚିହ୍ନଟ କରିଥିଲା । ୩ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି