ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଷଷ୍ଠ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ
ଜୟପୁର, 30 ସେପ୍ଟେମ୍ବର (ହି.ସ.) - ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିକଶିତ ଭାରତ ଗଠନରେ ଶିକ୍ଷା ବ୍ୟବସ୍ଥାର ଭୂମିକା ଓ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ର କାର୍ଯ୍ୟକାରିତା ନେଇ ଷଷ୍ଠ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଏଫ୍ଡିପି ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ସାପ୍ତାହିକ
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଷଷ୍ଠ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ


ଜୟପୁର, 30 ସେପ୍ଟେମ୍ବର (ହି.ସ.) - ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିକଶିତ ଭାରତ ଗଠନରେ ଶିକ୍ଷା ବ୍ୟବସ୍ଥାର ଭୂମିକା ଓ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ର କାର୍ଯ୍ୟକାରିତା ନେଇ ଷଷ୍ଠ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଏଫ୍ଡିପି ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ସାପ୍ତାହିକ ଏକାଡେମିକ୍ ଅଧ୍ୟାପକ ବିକାଶ ପଦକ୍ଷେପର ଅଂଶ ଭାବେ ମଙ୍ଗଳବାର ଏଲ୍-୨/ଏଲ୍-୪ ପ୍ରକୋଷ୍ଠରେ ଏହି କାର୍ଯ୍ୟକ୍ରମ ହୋଇଥିଲା।‘ବିକଶିତ ଭାରତ @୨୦୪୭ ପରିପ୍ରେକ୍ଷୀରେ ଏନ୍ଇପି ୨୦୨୦ ଅନୁସାରେ ଭାରତୀୟ ଶିକ୍ଷାକୁ ପୁନଃକଳ୍ପନା’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଅଧିବେଶନରେ ଓସିଏଫ୍, ଓଡ଼ିଶା ସରକାରର ଅଧ୍ୟକ୍ଷ ତଥା ଆର୍ଆଇଇ (ଏନ୍ସିଇଆର୍ଟି), ଭୁବନେଶ୍ୱରର ପୂର୍ବତନ ଶିକ୍ଷା ପ୍ରଫେସର ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଷୟଭିତ୍ତିକ ଆଲୋଚନା କରିଥିଲେ।ପ୍ରଫେସର ପ୍ରଧାନ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଘଟୁଥିବା ପରିବର୍ତ୍ତନ, ଏନ୍ଇପି ୨୦୨୦ର ବିଭିନ୍ନ ଦିଗ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲରେ ଶିକ୍ଷା ବ୍ୟବସ୍ଥାର ରୂପାନ୍ତର ସମ୍ପର୍କରେ ଆଲୋକପାତ କରିଥିଲେ। ସମକାଳୀନ ଶିକ୍ଷା ସଂସ୍କାର, ଉଚ୍ଚଶିକ୍ଷାର ନୂତନ ପ୍ରାଥମିକତା ଏବଂ ଏନ୍ଇପି ୨୦୨୦ର କାର୍ଯ୍ୟକାରୀତା ନେଇ ମଧ୍ୟ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଯୋଗଦେଇ ଶିକ୍ଷା କ୍ଷେତ୍ରର ନୂତନ ପରିବର୍ତ୍ତନ ଓ ସଂସ୍କାର ସମ୍ପର୍କରେ ଚିନ୍ତନ ଓ ମତବିନିମୟ କରିଥିଲେ। ଅଧ୍ୟାପକମାନଙ୍କ ଏକାଡେମିକ୍ ସମୃଦ୍ଧି, ବୃତ୍ତିଗତ ବିକାଶ ଓ ନିରନ୍ତର ଶିକ୍ଷଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande