
ଭୁବନେଶ୍ୱର, 04 ସେପ୍ଟେମ୍ବର (ହି.ସ.)- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ
ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱାମୀ
ଲକ୍ଷ୍ମଣାନନ୍ଦ ସରସ୍ବତୀ ଥିଲେ ତ୍ୟାଗ, ତପସ୍ୟା, ସେବା ଓ ସମର୍ପଣର
ଏକ ମହାନ ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ବେଦାନ୍ତକେଶରୀ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ
ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଥିଲେ ତ୍ୟାଗ, ତପସ୍ୟା, ସେବା ଓ ସମର୍ପଣର
ଏକ ମହାନ ପ୍ରତୀକ । ଶିକ୍ଷାର ପ୍ରସାର, ସାମାଜିକ ଜାଗରଣ, ସଂସ୍କୃତି ଓ
ମୂଲ୍ୟବୋଧର ସୁରକ୍ଷା ସହ ଲୋକଙ୍କ ସେବା ପାଇଁ ସେ ନିଜ ଜୀବନକୁ ସମର୍ପିତ କରିଥିଲେ । ତାଙ୍କର
ତ୍ୟାଗ ଓ ମାନବସେବାର ମହାନ ଆଦର୍ଶ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା