ଆଜି ପବିତ୍ର ଜନ୍ମାଷ୍ଟମୀ, ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ
ଭୁବନେଶ୍ୱର, ୪ ସେପ୍ଟେମ୍ୱର (ହି.ସ) - ଆଜି ପବିତ୍ର ଜନ୍ମାଷ୍ଟମୀ । ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ସେଥିପାଇଁ ଆଜିର ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଆଜିର ଦିନରେ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ ଜମିଛି । ଇସ୍କନ୍
ଆଜି ପବିତ୍ର ଜନ୍ମାଷ୍ଟମୀ, ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ


ଭୁବନେଶ୍ୱର, ୪ ସେପ୍ଟେମ୍ୱର (ହି.ସ)

- ଆଜି ପବିତ୍ର ଜନ୍ମାଷ୍ଟମୀ । ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମ

ନେଇଥିଲେ । ସେଥିପାଇଁ ଆଜିର ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଆଜିର ଦିନରେ ମନ୍ଦିର

ଗୁଡିକରେ ଭକ୍ତଙ୍କ ଭିଡ ଜମିଛି ।

ଇସ୍କନ୍ ଭୁବନେଶ୍ୱରରେ ଧୁମ୍ଧାମରେ ପାଳିତ ହେଉଛି ଜନ୍ମାଷ୍ଟମୀ

ଉତ୍ସବ । ଭକ୍ତି, ପ୍ରେମ, ସାନିଧ୍ୟ ଓ

ଆଶୀର୍ବାଦ ସହ ଭକ୍ତଙ୍କ ଗହଳି ଜମିଛି । ଆଧ୍ୟାତ୍ମିକ ପରିବେଶରେ ଇସ୍କନ୍ ପରିସର । ସକାଳ ସକାଳୁ

ଭକ୍ତଙ୍କ ଧାଡ଼ି ଦେଖିବାକୁ ମିଳିଛି ।ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ରଖାଯାଇଛି ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବରେ ମନ୍ଦିର ପକ୍ଷରୁ ଦିନବ୍ୟାପୀ

ବିଭିନ୍ନ ଧାର୍ମିକ, ଭଜନ କୀର୍ତ୍ତନ ଓ

ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସକାଳ ୮ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଭଜନ ଓ

କୀର୍ତ୍ତନ ସମାବେଶ ଜମିବ ।ରାତି ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରବଚନ ପରେ ମଧ୍ୟରାତ୍ରିରେ

ଶ୍ରୀକୃଷ୍ଣଙ୍କ ଜନ୍ମ ଅବସରରେ ମହାଅଭିଷେକ ଓ ମହାଆରତି ଅନୁଷ୍ଠିତ ହେବ । ଜନ୍ମାଷ୍ଟମୀରେ ବହୁ

ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି । ଭକ୍ତଙ୍କ ଯାତାୟାତ ଓ ଦର୍ଶନ ବ୍ୟବସ୍ଥାକୁ

ସୁବ୍ୟବସ୍ଥିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏଥିସହ ଚୋରି ଓ ଲୁଟପାଟ ଭଳି ଘଟଣା ଉପରେ ମଧ୍ୟ ନଜର

ରହିବ। ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଭକ୍ତଙ୍କ ଗତିବିଧି ଉପରେ

ନଜର ରଖାଯିବ ଅନ୍ୟପଟେ, ଜନ୍ମାଷ୍ଟମୀ

ଅବସରରେ ଭକ୍ତମାନେ ଉପବାସ ରଖିବା ସହ ନିର୍ଦ୍ଧାରିତ ନୀତିକାନ୍ତି ଅନୁସାରେ ଶ୍ରୀକୃଷ୍ଣଙ୍କ

ପୂଜାର୍ଚ୍ଚନା କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande