ଗତ ୨୪ ଘଂଟା ମଧ୍ୟରେ ବର୍ଷା : ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦାରେ ସର୍ବାଧିକ ୧୨.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୪ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦାରେ ସର୍ବାଧିକ ୧୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ପୁରୀ ଜିଲ୍ଲାର ପିପିଲିରେ ୧୦.୨ ମି.ମି., ସତ୍ୟବାଦୀରେ ୧୦.୦ ମି.ମି., ସୁନ
ଗତ ୨୪ ଘଂଟା ମଧ୍ୟରେ ବର୍ଷା : ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦାରେ ସର୍ବାଧିକ ୧୨.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୪ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦାରେ ସର୍ବାଧିକ ୧୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ପୁରୀ ଜିଲ୍ଲାର ପିପିଲିରେ ୧୦.୨ ମି.ମି., ସତ୍ୟବାଦୀରେ ୧୦.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ୮.୬ ମି.ମି., ଗଜପତି ଜିଲ୍ଲାର ନୂଆଗଡ଼ରେ ୬.୨ ମି.ମି., ଜଗତସିଂହପୁର ଜିଲ୍ଲାର ତିର୍ତୋଲରେ ୫.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୫.୦ ମି.ମି., ବରଗଡ଼ ଜିଲ୍ଲାର ଝାରବନ୍ଧରେ ୫.୦ ମି.ମି., ଝାରସୁଗୁଡ଼ା ଜିଲ୍ଲାର କିରମରାରେ ୫.୦ ମି.ମି., ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୪.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ୪.୦ ମି.ମି., କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ୪.୦ ମି.ମି. ଏବଂ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ୩.୨ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande