
ଭୁବନେଶ୍ୱର, 04 ସେପ୍ଟେମ୍ବର (ହି.ସ.)- ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଶୁଭେଚ୍ଛା
ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ
ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା।
ରାଜ୍ୟପାଳ କହିଛନ୍ତି ଯେ, ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଆମକୁ ଧର୍ମ, ସତ୍ୟ, କର୍ମ ଓ
କର୍ତ୍ତବ୍ୟର ମାର୍ଗରେ ଚାଲିବାକୁ ପ୍ରେରଣା ଦିଏ। ତାଙ୍କର କୃପାରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଦ୍ଭାବ
ବଜାୟ ରହୁ, ଏହା ହିଁ ମୋର
ପ୍ରାର୍ଥନା। ଜୟ ଶ୍ରୀକୃଷ୍ଣ!
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା