
ଭୁବନେଶ୍ୱର, 04 ସେପ୍ଟେମ୍ବର (ହି.ସ.)- ଇଓଏସ-05ର ସଫଳ ଉତ୍କ୍ଷେପଣ ପାଇଁ ଇସ୍ରୋ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି
ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ।
ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ
କହିଛନ୍ତି ଯେ, ଭାରତର ମହାକାଶ କାର୍ଯ୍ୟକ୍ରମ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ।
ଜିଓସିଙ୍କ୍ରୋନସ୍ କକ୍ଷପଥରୁ ଭାରତର ପ୍ରଥମ ଇମେଜିଂ ଉପଗ୍ରହ ଇଓଏସ -05କୁ ନେଇ ଜିଏସଏଲଭି-ଏଫ17ର ସଫଳ ଉତ୍କ୍ଷେପଣ
ପାଇଁ ଇସ୍ରୋକୁ ହାର୍ଦ୍ଦିକ ଅଭିନନ୍ଦନ।
ରାଜ୍ୟପାଳ କହିଛନ୍ତି ଯେ, ଭାରତର ପ୍ରଯୁକ୍ତିଗତ ଉତ୍କର୍ଷତା ଦିଗରେ
ଯାତ୍ରାର ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ‘ବିକଶିତ ଭାରତ’ର ମୂଳଦୁଆକୁ ଆହୁରି
ସୁଦୃଢ଼ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା