
ଭୁବନେଶ୍ୱର, 04 ସେପ୍ଟେମ୍ବର (ହି.ସ.)- ପବିତ୍ର ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ଦୁଇ
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା ।
ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କେଭି ସିଂହଦେଓ
କହିଛନ୍ତି ଯେ, ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ
ଶୁଭକାମନା। ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କୃପାରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧି ଓ
ଆନନ୍ଦରେ ଭରିଉଠୁ। ଜୟ ଶ୍ରୀ କୃଷ୍ଣ!
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି
ଯେ, ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଜନ୍ମାଷ୍ଟମୀର ଏହି ପବିତ୍ର ଦିନ ସଭିଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି
ଭରିଦେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା