
ଭୁବନେଶ୍ୱର, 04 ସେପ୍ଟେମ୍ବର (ହି.ସ.)- ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ହାର୍ଦ୍ଦିକ
ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସମସ୍ତଙ୍କ ଜୀବନରେ ଅପାର ସୁଖ, ସମୃଦ୍ଧି, ଖୁସି ଓ ଆନନ୍ଦ
ଭରିଯାଉ ବୋଲି ସେ କାମନା କରିଛନ୍ତି ।
ସୋସିଆଲ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଆପଣମାନଙ୍କ
ସମସ୍ତଙ୍କୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ଜୁଏଲ ଓରାମ କହିଛନ୍ତି ଯେ, ଭଗବାନ ଶ୍ରୀକୃଷ୍ଣଙ୍କ କୃପା ସମସ୍ତଙ୍କ
ଉପରେ ନିରନ୍ତର ବର୍ଷିତ ହେଉ,
ପ୍ରତ୍ୟେକ ଘର ଓ
ଅଗଣା ଧନଧାନ୍ୟରେ ପରିପୂର୍ଣ୍ଣ ରହୁ, ସମସ୍ତଙ୍କ ଜୀବନରେ ଅପାର ସୁଖ, ସମୃଦ୍ଧି, ଖୁସି ଓ ଆନନ୍ଦ ଭରିଯାଉ, ସମସ୍ତଙ୍କ ମନୋକାମନା ପୂର୍ଣ୍ଣ ହେଉ ଏହା ହିଁ ମୋର ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା