
ଭୁବନେଶ୍ୱର, 04 ସେପ୍ଟେମ୍ବର (ହି.ସ.)- ଇଓଏସ-05ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସୋସିଆଲ ହ୍ୟାଣ୍ଡେଲରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି
କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତର ମହାକାଶ ଯାତ୍ରାରେ ଆଉ ଏକ ଐତିହାସିକ ପଦକ୍ଷେପ!
ଜିଏସଏଲଭି-ଏଫ17/ଇଓଏସ-05ର ସଫଳ ଉତ୍କ୍ଷେପଣ
ପାଇଁ ଇସ୍ରୋର ସମଗ୍ର ଟିମକୁ ହୃଦୟରୁ ଅଭିନନ୍ଦନ। ଏହା ହେଉଛି ଭୂସମକାଳୀନ କକ୍ଷପଥରୁ ଭାରତର
ପ୍ରଥମ ଇମେଜିଂ ଉପଗ୍ରହ, ଯାହା ଦୃଶ୍ୟମାନ, ଇନ୍ଫ୍ରାରେଡ୍, ମଲ୍ଟି-ସ୍ପେକ୍ଟ୍ରାଲ୍
ଏବଂ ହାଇପର୍ସ୍ପେକ୍ଟ୍ରାଲ୍ ବ୍ୟାଣ୍ଡ୍ରେ ଉନ୍ନତ ପୃଥିବୀ ପର୍ଯ୍ୟବେକ୍ଷଣର ନୂଆ ଦ୍ୱାର
ଖୋଲିଦେଇଛି।
କେଭି ସିଂହଦେଓ କହିଛନ୍ତି ଯେ, ଏହି ସଫଳତା ପ୍ରଧାନମନ୍ତ୍ରୀ ଶ୍ରୀ
ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ନେତୃତ୍ୱର ଏକ ଉଜ୍ଜ୍ୱଳ ପ୍ରମାଣ। ତାଙ୍କ ମାର୍ଗଦର୍ଶନରେ
ଭାରତର ମହାକାଶ କ୍ଷମତା ଅଭୂତପୂର୍ବ ଉଚ୍ଚତାକୁ ଅଗ୍ରସର ହେଉଛି ଏବଂ ବିଶ୍ୱର ଏକ ପ୍ରମୁଖ ମହାକାଶ
ଶକ୍ତି ଭାବେ ଭାରତର ସ୍ଥାନକୁ ଆହୁରି ସୁଦୃଢ଼ କରୁଛି।
ବିଜ୍ଞାନ, ନବସୃଜନ
ଓ ବିଶ୍ୱସ୍ତରୀୟ ନେତୃତ୍ୱ କ୍ଷେତ୍ରରେ ଭାରତ ଆଉ ଏକ ଗୌରବମୟ ଅଧ୍ୟାୟ ରଚନା କରୁଥିବାର ସାକ୍ଷୀ
ହୋଇ ମୁଁ ଗର୍ବିତ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା