
ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ) ଆଜି ଭାଦ୍ରବ କୃଷ୍ଣ ଅଷ୍ଟମୀ
ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ । ତେଣୁ ସନ୍ଧ୍ୟା ଧୂପ
ଛେକ ଆସିବା ପରେ କୃଷ୍ଣ ଜନ୍ମନୀତି ଶେଷ ହେବା ପର୍ଯ୍ୟନ୍ତ ପ୍ରାୟ ସନ୍ଧ୍ୟା 7ଟାରୁ ରାତି 12 ଟା
ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀ ଜଗନ୍ନାଥ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା
ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା