ବିିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
କନ୍ଧମାଳ,୧୬ ଅକ୍ଟୋବର (ହି.ସ.)- ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ସମେତ କନ୍ଧମ
ଉଭୟ ସାମ୍ବାଦିକ ସମ୍ମୀଳନି କାର୍ଯ୍ୟକ୍ରମର ଫୋଟ


ଉଭୟ ସାମ୍ବାଦିକ ସମ୍ମୀଳନି କାର୍ଯ୍ୟକ୍ରମର ଫୋଟ


ଉଭୟ ସାମ୍ବାଦିକ ସମ୍ମୀଳନି କାର୍ଯ୍ୟକ୍ରମର ଫୋଟ


କନ୍ଧମାଳ,୧୬ ଅକ୍ଟୋବର (ହି.ସ.)- ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ସମେତ କନ୍ଧମାଳ ଜିଲ୍ଲାରେ ଦୁଇଟି ବୃହତ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୫୭ କୋଟି ୫୭ ଲକ୍ଷ ୪ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଜିଲ୍ଲାରେ ଦିର୍ଘ ଦିନଧରି ଲାଗି ରହିଥିବା ଏହି ସମସ୍ୟାକୁ ଦୁର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଯୋଜନାରେ ଜିଲ୍ଲାର ପ୍ରୟ ଅଢେଇ ଲକ୍ଷ ଲୋକ ସିଧାସଳଖ ବାବରେ ଲାଭାନ୍ୱିତ ହେବେ ତେଣୁ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ କୃଜ୍ଞତା ଜଣାଇବାକୁ ଫୁଲବାଣୀ ପାରିଜାତ କଲ୍ୟାଣ ମଣ୍ଡପଠାରେ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମୀଳନି କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବାଲିଗୁଡା ବିଧାୟକ ଚକ୍ରମଣି କହଁର ଏବଂ ଘୁ.ଉଦଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ସାରତୀ ମଲ୍ଲିକ ଏବଂ ଜିଲ୍ଲାର ଅନ୍ୟ ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସେହିପରି ଆଜି ଫୁଲବାଣୀ ସମ୍ବାଦିକ ଭବନଠାରେ ଫୁଲବାଣୀ ବ୍ଳକ ବିଜୁ ଜନତା ଦଳ ସଭାପତି ବାଳକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ଏହି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମମ୍ମୀଳନିରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏଥିରେ ଫୁଲବାଣୀ ବ୍ଳକ ଅଧ୍ୟକ୍ଷା ମଞ୍ଜୁଦେବୀ କହଁର,ଅପାଧ୍ୟକ୍ଷ ମାନସରଞ୍ଜନ ବିଶ୍ୱାଳ,ଫୁଲବାଣୀ ବ୍ଳକ ଯୁବ ବିଜୁ ଜନତା ସଭାପତି ବଳଦେବ କହଁର,ବିଧାୟକ ପ୍ରତିନିଧି ନିଳାମ୍ବର କହଁର,ପୁର୍ଭତନ ବ୍ଳକ ଅଧ୍ୟକ୍ଷ ଚକ୍ରଧର କହଁର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପୁର୍ବତନ ବ୍ଳକ ଅଧ୍ୟକ୍ଷ ଭଜମନ କହଁର ପରିଚାଳନା କରିଥିଲେ ଏଥିରେ ସରପଂଚ,ସମିତି ସଭ୍ୟ,ୱାର୍ଡମେମ୍ବର ମାନେ ଯୋଗ ଦେଇଥିଲେ । ଏଥିରେ ମୟଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କନ୍ଧମାଳ ଜିଲ୍ଲାର ୬ଟି ବ୍ଳକର ୪୯ଟି ଗ୍ରାମର ୬୩୭ଟି ଗ୍ରାମରେ ରହୁଥିବା ପ୍ରାୟ ଚାରି ଲକ୍ଷ ଲୋକଙ୍କୁ ଏହି ସୁବିଧାର ସିଧାସଳଖ ଲାବ ମିଳିବା ଖୁସିରେ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ସେଥିରୁ ଫୁଲବାଣୀ ବ୍ଳକ ଅଧିନରେ ଥିବା ୧୧ଟି ଗ୍ରାମ ପଂଚାୟତର ୧୮୨ଟି ଗ୍ରାମର ପ୍ରାୟ ୫୦ ହଜାର ଲୋକ,ଫିରିଙ୍ଗିଆ ବ୍ଳକର ୧୨ଟି ଗ୍ରାମ ପଂଚାୟତର ୧୧୦ଟି ଗ୍ରାମର ପ୍ରାୟ ୩୦ ହଜାର ଲୋକ,ଖଜୁରିପଡା ବ୍ଳକର ୧୩ଟି ଗ୍ରାମ ପଂଚାୟତର ୧୭୫ଟି ଗ୍ରାମର ପ୍ରାୟ ୫୦ ହଜାର ଲୋକ,ଚକାପାଦ ବ୍ଳକର ୫ଟି ଗ୍ରାମ ପଂଚାୟତର ୬୫ଟି ଗ୍ରାମର ପ୍ରାୟ ୨୦ ହଜାର ଲୋକ,ଘୁ.ଉଦୟଗିରି ବ୍ଳକର ୨ଟି ଗ୍ରାମ ପଂଚାୟତର ୧୮ଟି ଗ୍ରାମର ୫ ହଜାର ଲୋକ ଏବଂ କ.ନୁଆଗାଁ ବ୍ଳକର ୬ଟି ଗ୍ରାମ ପଂଚାୟତର ୮୭ଟି ଗ୍ରାମର ୫୦ ହଜାର ଲୋକ ଉପକୃତ ହେବେ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଏହି ସଂକ୍ରାନ୍ତରେ ଦଳ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଳକରେ କାର୍ଯ୍ୟକ୍ରମ ଜରିଆରେ ମୟଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ହିନ୍ଦୁସ୍ଥାନ ସମାଚାର /ପ୍ରଶାନ୍ତ


 rajesh pande