ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ନେତା ସରୋଜ କୁମାର ମହାପାତ୍ର
ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) - ବରଗଡ ଜିଲ୍ଲା ଅର୍ନ୍ତଗତ ଭଟଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ୨୦୧୯ କଂଗ୍
ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ନେତା ସରୋଜ କୁମାର ମହାପାତ୍ର


ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) - ବରଗଡ ଜିଲ୍ଲା ଅର୍ନ୍ତଗତ ଭଟଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ୨୦୧୯ କଂଗ୍ରେସ ବିଧାୟକ ପ୍ରାର୍ଥୀ ସରୋଜ କୁମାର ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କଣ୍ଟାବାଞ୍ଜି ଓ ପଦ୍ମପୁର ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ମୌସମ ମିଶ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସରୋଜ କୁମାର ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ମିଶ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ବରଗଡ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ମିଶ୍ର କହିଥିଲେ ।

ଏହି ମିଶ୍ରଣ ପର୍ବରେ ବ୍ଲକ ସଭାପତି ଅଧିକାରୀ ସାହୁ, ଇମାନୁଆଲ ଦତ୍ତ ରଣବୀର, ଯୁଧିଷ୍ଟିର ବାରିକ, ସଂକୀର୍ତ୍ତନ ଦାସ, ରଞ୍ଜିତ ଦାସ, କଂଗ୍ରେସ ଦୁଆନ, ନାରାୟଣ ସାହୁ, ରୋହିତ ବାଗ, ସୁନୀଲ ବେହେରା, ପ୍ରଦ୍ୟୁମ୍ନ ଭୁଏ, ସୁରେଶ ଚନ୍ଦ୍ର ପ୍ରଧାନ ଓ ଅଜିତ କୁମାର ଦାସଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande