ବିଜେଡ଼ିରେ ଯୋଗଦେଲେ ବୀରମହାରାଜପୁରର ରାଜଗୋପାଳ ପାଣିଗ୍ରାହୀ ଓ ରଘୁବୀର ପାଣିଗ୍ରାହୀ
ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) - ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ ଉପସଭାପତି ରାଜଗୋପାଳ ପାଣିଗ୍ର
ବିଜେଡ଼ିରେ ଯୋଗଦେଲେ ବୀରମହାରାଜପୁରର ରାଜଗୋପାଳ ପାଣିଗ୍ରାହୀ ଓ ରଘୁବୀର ପାଣିଗ୍ରାହୀ


ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) - ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ ଉପସଭାପତି ରାଜଗୋପାଳ ପାଣିଗ୍ରାହୀ ଓ ପୂର୍ବତନ ବିଜେପି ରାଜ୍ୟ କିଷାନ ମୋର୍ଚ୍ଚା କୋଷାଧ୍ୟକ୍ଷ ରଘୁବୀର ପାଣିଗ୍ରାହୀଙ୍କ ସହ ବହୁ ନେତା ଏବଂ କର୍ମକର୍ତା ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ

ସାମିଲ ହୋଇଥିବା ରାଜଗୋପାଳ ପାଣିଗ୍ରାହୀ ଓ ରଘୁବୀର ପାଣିଗ୍ରାହୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ବେହେରା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ପ୍ରେମାନନ୍ଦ ଜଟି, ହରିହର ପାତ୍ର, ନିତ୍ୟାନନ୍ଦ ସାହୁ ଓ ରୁଷଭ ପ୍ରଧାନଙ୍କ ସମେତ ବହୁ କର୍ମକର୍ତା ବିଜେଡ଼ିରେ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande