ଭାରସାମ୍ୟ ହରାଇ କୁଆଝରଣ ଘାଟିରେ ଓଲଟିଲା କ୍ରେନ, ୨ ଗୁରୁତର ୧ ଆହତ
ହରିଚନ୍ଦନପୁର, ତା ୨୬ ସେପ୍ଟେମ୍ବର (ହି.ସ.)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟି ନିକଟରେ ଏକ
ଭାରସାମ୍ୟ ହରାଇ କୁଆଝରଣ ଘାଟିରେ ଓଲଟିଲା କ୍ରେନ, ୨ ଗୁରୁତର ୧ ଆହାତ


ଭାରସାମ୍ୟ ହରାଇ କୁଆଝରଣ ଘାଟିରେ ଓଲଟିଲା କ୍ରେନ, ୨ ଗୁରୁତର


ହରିଚନ୍ଦନପୁର, ତା ୨୬ ସେପ୍ଟେମ୍ବର (ହି.ସ.)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ ଉକ୍ତ ରାସ୍ତା ମଝିରେ ବିରାଟ କାୟ କ୍ରେନ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵର ସୁରକ୍ଷା ବାଡାରେ ପିଟିହୋଇ ଓଲଟି ପଡ଼ିଥିଲା । ଗାଡ଼ି ମଧ୍ୟରେ ଥିବା ପଞ୍ଜାବର ଲଡୁ ସର୍ଦ୍ଦାର ସିଂ(୫୨), ହାଇଦ୍ରାବାଦର ଭେଙ୍କଟ ସ୍ବାମୀ(୪୦) ଗୁରୁତର ଥିବା ବେଳେ କେଡି କୁମାର ରାମ(୨୪) ଆହାତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ହରିଚନ୍ଦନପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି କ୍ରେନଟି ଆଜି ଭୋର ସକାଳ ସମୟରେ ବଡ଼ବିଲ ରୁମଟା ମାଇନ୍ସରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଯୁବ ସାମ୍ବାଦିକ ଜୀବନ ଜ୍ୟୋତି ବେଜ୍ ଘାଟିର ୨୦୦ ଫୁଟ୍ ତଳୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଆହତଙ୍କୁ ଉଦ୍ଧାର କରିଥିଲେ । ଲଡୁ ସର୍ଦ୍ଦାର ସିଂ ଓ ଭେଙ୍କଟ ସ୍ବାମୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ବିରାଟକାୟ ଗାଡ଼ିଟି ରାସ୍ତା ମଝିରେ ପଡି ରହିଥିବା ନେଇ ନରଣପୁର - ବ୍ରାହ୍ମଣୀପାଳ ରାସ୍ତା ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ଯାହାକୁ ନେଇ ଶହ ଶହ ଛୋଟ ବଡ଼ ଗାଡ଼ି ରାସ୍ତାର ଦୁଇ ପାର୍ଶ୍ଵରେ ଦୀର୍ଘ ସମୟଧରି ଛିଡ଼ା ହୋଇ ରହିଛି । ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି । ଏଠାରେ ମୂଖ୍ୟ କଥା ନରଣପୁର- ବ୍ରାହ୍ମଣୀପାଳ ରାସ୍ତାଟି ଭିଆଇପି ରାସ୍ତାର ମାନ୍ୟତା ପାଇଥିବା ବେଳେ ଏହି ରାସ୍ତାରେ ଭାରିଯାନ୍ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି । ହେଲେ ବି ଏହିଭଳି ବିରାଟକାୟ କ୍ରେନ୍ କାହା ନିର୍ଦ୍ଦେଶ ନା ସ୍ବାର୍ଥରେ ଏହି ରାସ୍ତାରେ ଆସିଲା, ଟୋଲ ଗେଟ୍ ସହ ପୋଲିସ କ୍ୟାମ୍ପ, ଥାନା ଥାଇ ମଧ୍ୟ କାହାର କେମିତି ନଜର ପଡିଲା ନାହିଁ ତାହାକୁ ନେଇ ଜନସାଧାରଣରେ ଉଠିଛି ବଡ଼ ପ୍ରଶ୍ନ । ହିନ୍ଦୁସ୍ଥାନ ସମାଚାର/ପ୍ରେମାନନ୍ଦ


 rajesh pande