ଭାରତ ବନ୍ଦ ପୂର୍ବରୁ ରାସ୍ତା ଖୋଳିଲେ ମାଓବାଦୀ
ମାଲକାନଗିରି, ୨ ୬ ସେପ୍ଟେମ୍ବର (ହି. ସ.)-ମାଲକାନଗିରି ଜିଲ୍ଲା ସୀମାନ୍ତ କୁ ଲାଗିରହିଥିବା ଛତିଶଗଡ ର ସୁକମା ଜିଲ୍ଲା
ଭାରତ ବନ୍ଦ ପୂର୍ବରୁ ରାସ୍ତା ଖୋଳିଲେ ମାଓବାଦୀ


ମାଲକାନଗିରି, ୨ ୬ ସେପ୍ଟେମ୍ବର (ହି. ସ.)-ମାଲକାନଗିରି ଜିଲ୍ଲା ସୀମାନ୍ତ କୁ ଲାଗିରହିଥିବା ଛତିଶଗଡ ର ସୁକମା ଜିଲ୍ଲା ର ଜଗରଗୁଣ୍ଡା, କମାରଗୁଡା ଏବଂ ସୁକମା ଓ ଦାନ୍ତେୱାଡା ଜିଲ୍ଲା ସୀମାନ୍ତ ରେ ଥିବା ସମେଲୀ ଗ୍ରାମରେ ମାଓବାଦୀ ସଂଗଠନ ଜିଲ୍ଲା ସଦର କୁ ସଂଯୋଗ କରିଥିବା ରାସ୍ତା ଗୁଡିକ ଖୋଳି ଦେଇଥିବା ଜଣାପଡିଛି !

ଉକ୍ତ ଗ୍ରାମରେ ବସବାସ କରୁଥିବା ଗରିବ ଆଦିବାସୀ ଲୋକମାନେ ସରକାର ଙ୍କ ଦ୍ୱାରାକରାଯାଉଥିବା ବିଭିନ୍ନ ସୁବିଧା ଶିବିର ଯେଉଁଥିରେ କି ପ୍ରଶାସନ ଦ୍ୱାରା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ରାସନ କାର୍ଡ ବନାଇବା ପାଇଁ କିଛି ଦିନ ହେଲା ପ୍ରଶାସନ ଦ୍ୱାରା ଶିବିର ଲଗାଯାଇଥିଲା କିନ୍ତୁ ମାଓବାଦୀ ମାନଙ୍କ ଦ୍ୱାରା ଭାରତ ବନ୍ଦ ସମର୍ଥନ କରିବା ନାଁ ରେ ରାସ୍ତା ଖୋଳାଯିବା ଏବଂ ସୁରକ୍ଷାକର୍ମୀ ଙ୍କୁ ଲକ୍ଷ୍ୟ କରି ଆଇ.ଇ.ଡି ଲଗା ଇଥିବା ସନ୍ଦେହ କରି ଲୋକଙ୍କ ମନରେ ଭୟ ସୃଷ୍ଟି ହେବାରୁ ବର୍ତମାନ ସେଠାକାର ଲୋକମାନେ ଉକ୍ତ ପ୍ରଶାସନ ଦ୍ୱାରା ଲଗାଯାଇଥିବା ଶିବିରରେ ଯୋଗ ଦେଇପାରୁ ନାହାନ୍ତି!ପୋଷ୍ଟର ରେ ମାଓବାଦୀ ମାନେ ଆସନ୍ତା କାଲି କୃଷିକ ଆଇନ କୁ ବିରୋଧ କରିବା ଓ ଦଣ୍ଡକାରଣ୍ୟ ରେ ସମସ୍ତ ସ୍ଥାନରେ ଚକାଜାମ ଏବଂ ରାଲି କରିବା ପାଇଁ ଏହି ପୋଷ୍ଟରେ ସଂଗଠନ ଦ୍ୱାରା ଲେଖାଯାଇଅଛି l ଗରିବ ଲୋକଙ୍କ ବିକାଶ କରିବା ନାଁ ରେ ବିକାଶ ରେ ବାଧା ସାଜିଛନ୍ତି ମାଓବାଦୀ ଏହି ପରି କାର୍ଯ୍ୟକଳାପ ଯୋଗୁଁ ବର୍ତମାନ ସେଠାକାର ଗ୍ରାମବାସି ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି!

ହିନ୍ଦୁସ୍ଥାନ ସମାଚାର /ଶିବବ୍ରତ /


 rajesh pande