ଭୁବନ, ୧ ଅକ୍ଟୋବର (ହି.ସ.)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଦୁଇ ଶହରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଯୁବ ମୋର୍ଚ୍ଚା ସଭାପତି ନିର୍ମଳ ଚନ୍ଦ୍ର ଗୁରୁ,ଉପ ସଭାପତି ସୁବାସ ଚନ୍ଦ୍ର ଦାସ,ସାଧାରଣ ସମ୍ପାଦକ ଜଗବନ୍ଧୁ ଗୁରୁ ,ଜିଲ୍ଲା ସାଧାରଣ ସମ୍ପାଦକ ଡମ୍ବରୁଧର ପାତ୍ର, ମିଡ଼ିଆ ସେଲ ପ୍ରଭାରୀ ସନ୍ତୋଷ ରାଉଳ, ଜଗନ ବେଜ, ଚିନ୍ମୟ ପୃଷ୍ଟି, ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ବିହାରୀଙ୍କ ବହୁ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଯୁକ୍ତ ତିନିର ଦୁଇ ଶହରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ ମୋବାଇଲରେ ବିଜେପିର ସଦସ୍ୟ ହୋଇଥିଲେ ।
ଏହି ଅବସରରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ପହଂଚି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ