ଭୁବନେଶ୍ଵର 21 ଡିସେମ୍ବର (ହି.ସ.)
ଓଡ଼ିଶା ପରିବେଶ କଂଗ୍ରେସ ର ୨୫ ତମ ଅଧିବେଶନ ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉଦ୍ଘାଟିତ ହୋଇ ଯାଇଛି l ପରିବେଶ ଓ ଉପକୂଳ ବିଷୟ ବସ୍ତୁ ଉପରେ ଆୟୋଜିତ ଏହି ତିନି ଦିନର ସମ୍ମିଳନୀ କୁ ଉଦ୍ଘାଟନ କରି ଜଳ ପୁରୁଷ ଡ ରାଜେନ୍ଦ୍ର ସିଂହ କହିଲେ ଯେ ସମୁଦ୍ର ଉପକୂଳ ର ସୁରକ୍ଷା ନଦୀ ଗୁଡ଼ିକର ସ୍ବାସ୍ଥ୍ୟ ସହିତ ଘନିଷ୍ଟ ଭାବରେ ଜଡ଼ିତ l ଆମର ପାରମ୍ପରିକ ଜ୍ଞାନ କୌଶଳ ସହିତ ବିଜ୍ଞାନ ଓ ପ୍ରଯୁକ୍ତି ର ସମିଶ୍ରଣରେ ଦୀର୍ଘ ମିଆଦୀ ଯୋଜନା ନକଲେ ନଦୀ ଓ ସାମୁଦ୍ରିକ ବେଳାଭୂମି ର ସୁରକ୍ଷା ସମ୍ଭବ ହେବ ନାହିଁ l ଏଥିପାଇଁ ସରକାର ଓ ସମାଜ ଗଭୀର ଭାବରେ ଚିନ୍ତାକରି ପଦକ୍ଷେପ ନେବା ଦରକାର ବୋଲି ଡ ସିଂହ କହିଥିଲେ l
ଉଦ୍ଘାଟନୀ ଉତ୍ସବରେ ସଭାପତିତ୍ବ କରିଥିଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ l ଉତ୍ସବରେ ଡିକ୍ଷାନ୍ତ ଭାଷଣ ଦେଇ ଗୋଆ ସ୍ଥିତ ଜାତୀୟ ସାମୁଦ୍ରିକ ପ୍ରତିଷ୍ଠାନ ର ସମୁଦ୍ର ବିଜ୍ଞାନୀ ଡ ପି ଚନ୍ଦ୍ରମୋହନ ଓଡ଼ିଶା ଉପକୂଳ ଭାରତର ସବୁଠୁ ସୁନ୍ଦର ଓ ପ୍ରାକୃତିକ ବିଭବରେ ବିଭବଶାଳୀ l ମାତ୍ର ଜଳବାୟୁ ପରିବର୍ତ୍ତନ ଏଥିପ୍ରତି କ୍ରମଶଃ ବିପଦ ସୃଷ୍ଟି କରୁଛି l ସମନ୍ୱିତ ଓ ଯୋଜନାବଦ୍ଧ ଉପକୂଳ ସୁରକ୍ଷା ପାଇଁ ଅଧିକ ଗବେଷଣା ହେବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ l ଅନ୍ୟତମ ବକ୍ତା ଭାବରେ ଗ୍ରୀନ ପିସ୍ ସଂସ୍ଥାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୌମ୍ୟ ଦତ୍ତ ଜଳବାୟୁ ପରିବର୍ତ୍ତନ ର ପ୍ରେଖ୍ୟାପଟରେ ଉପକୂଳ ରେ ବସବାସ କରୁଥିବା ଜନତା ଓ ବିଶେଷକରି ମାଛ ମାରି ଜୀବିକା ନିର୍ବାହ କରୁଥିବା ଲୋକମାନେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହେବେ l ସେଥିପାଇଁ ଏବେଠୁ ସେ ସଜାଗ ରହିବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ l
ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ଶ୍ରୀ ପ୍ରଫୁଲ୍ଲ ସାମନ୍ତରା ଅନ୍ୟତମ ବକ୍ତା ଭାବେ ଯୋଗଦେଇ କହିଲେ ଯେ ସମ୍ପ୍ରତି ଦୁନିଆ ଦୁଇ ପ୍ରକାର ର ଗଭୀର ସମସ୍ୟା ର ସମ୍ମୁଖୀନ ହୋଇଛି l ତାହା ହେଉଛି ଜଳବାୟୁ ପରିବର୍ତ୍ତନ ଓ ମଣିଷ ଭିତରେ ଭୟଙ୍କର ଅସମାନତା l ପୁଞ୍ଜିବାଦୀ ବ୍ୟବସ୍ଥା ହେଉଛି ଏହି ଦୁଇ ସମସ୍ୟାର ଜନକ l
ଏହି ଉଦ୍ଘାଟନୀ ଉତ୍ସବରେ ସ୍ଵାଗତ ଭାଷଣ ଦେଇଥିଲେ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ସୁଦର୍ଶନ ଦାସ l ଅନ୍ୟମନଙ୍କ ଭିତରେ ଓଡ଼ିଶା ପରିବେଶ କଂଗ୍ରେସ ର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ ଅରବିନ୍ଦ ବେହେରା, ଡ ବାବୁ ଆମ୍ବlତ, ଡ ଶରତ କୁମାର ପlଲିତl ପ୍ରମୁଖ ବକ୍ତବ୍ୟ ରଖିଥିଲେ l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମୁଦ୍ରିକ ବିଜ୍ଞାନ ବିଭାଗର ମୁଖ୍ୟ ଡ ତମୋଘ୍ନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ଅବସରରେ ୬୪ ଜଣ ଗବେଷକ ଙ୍କ ଦ୍ଵାରା ପ୍ରସ୍ତୁତ ପ୍ରବନ୍ଧ ସଙ୍କଳନ କୁ ଉନ୍ମୋଚିତ କରା ଯାଇଥିଲା l ପ୍ରାରମ୍ଭରେ ବିଶ୍ଵବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ସହିତ ପରିବେଶ ସୁରକ୍ଷା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l
ଅପରାହ୍ନ ରେ ଉପକୂଳ ର ପର୍ଯ୍ୟlବରଣ ଓ ଜୈବ ବିବିଧତା ଓ ଉପକୂଳ ର ପ୍ରାକୃତିକ ସମ୍ପଦ ଓ ଅର୍ଥନୀତି ସମ୍ପର୍କିତ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ଏଥିରେ ୧୬ ଜଣ ଗବେଷକ ସେମାନଙ୍କ ପ୍ରବନ୍ଧ ଉପସ୍ଥାପିତ କରିଥିଲେ l ଏହି ଅଧିବେଶନରେ ଉତ୍କଳ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ଡ ବିନାୟକ ରଥ, ଫକୀରମୋହନ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପ୍ରଫେସର ସୂର୍ଯ୍ୟନାରାୟଣ ପାତ୍ର, ଡ ବିଜୟ ସାହୁ, ନାବାର୍ଡ ର ସିଜିଏମ୍ ଶ୍ରୀ ସଞ୍ଜୟ ଯୋଶୀ, ସୋଆ ବିଶ୍ବବିଦ୍ୟାଳୟର ପ୍ରଫେସର ବିଜୟ ସାହୁ, କଲିକତା ସ୍ଥିତ ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ରର ନିର୍ଦେଶକ ଡ ବସନ୍ତ ଦାସ, ଡ ସୁଧାକର କର ପ୍ରମୁଖ ବକ୍ତା ଭାବରେ ଯୋଗ ଦେଇଥିଲେ l
ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ l
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା