ଧାମନଗର ଓକିଲ ସଂଘର ଦଶମ ବାର୍ଷିକ ଉତ୍ସବର ଉଦଘାଟନ ସମାରୋହ 
ଭଦ୍ରକ, ୨୧ ଡିସେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ଓକିଲ ର ସଂଘର ବାର୍ଷିକ ଉତ୍ସବ-୨୦୨୪ ର ଉଦଘାଟନ ଉତ୍ସବ ଶନିବାର ସନ୍ଧ୍ୟାରେ ଧାମନଗର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଓଡିଶା ହାଇକୋର୍ଟର ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ଓକିଲ ସଂଘର
DHAMNAGAR OKILA SANGHA FUNCTION


ଭଦ୍ରକ, ୨୧ ଡିସେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ଓକିଲ ର ସଂଘର ବାର୍ଷିକ ଉତ୍ସବ-୨୦୨୪ ର ଉଦଘାଟନ ଉତ୍ସବ ଶନିବାର ସନ୍ଧ୍ୟାରେ ଧାମନଗର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଓଡିଶା ହାଇକୋର୍ଟର ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ଓକିଲ ସଂଘର ସଭାପତି ଅଶୋକ କୁମାର ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆଇନଜୀବୀ ରଞ୍ଜିତ କୁମାର ମହାନ୍ତି ସଂଚାଳନ କରିଥିଲେ। ବରେଣ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଦୌରାଜଜ ସଂଗ୍ରାମ କେଶରୀ ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ଓଡିଶା ଓକିଲ ସଂଘର ଅଧ୍ୟକ୍ଷ ସୀତାଂଶୁ ଶେଖର ଦ୍ୱିବେଦୀ,ବରେଣ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟ ବାର ଆସୋସିଏସନ ର ସଭାପତି ବିଜୟ କୁମାର ଦାସ,ଭଦ୍ରକ ଓକିଲ ସଂଘର ସଭାପତି ବସନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ଉପସ୍ଥିତ ଆଇନଜୀବୀ,ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ଓଡିଶାର ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍‌୍ୟ ପ୍ରଦାନ କରିଥିଲେ।ଧାମନଗର ଓକିଲ ସଂଘର ସାଧାରଣ ସମ୍ପାଦକ ଅମରେନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିବରଣୀ ପାଠ କରିଥିଲେ।ଏହି ଅବସରରେ ଧାମନଗର ଓକିଲ ସଂଘର ଲୋଗ ଏବଂ ସ୍ମରଣିକା ଅତିଥି ଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ସ୍ୱର୍ଗତ ମାୟା ଧର ବାରିକ ଙ୍କ ତୈଳ ଚିତ୍ର ଉନ୍ମୋଚନ କରା ଯାଇ ଥିଲା।ଏହି ଅବସରରେ ବରିଷ୍ଟ ଆଇନଜୀବୀଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ଅବସର ରେ ଆଇନଜୀବୀ ବିଜୟ କୁମାର ରାମ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande