ଶହୀଦ କୁ ଶ୍ରଦ୍ଧାଞ୍ଜଳି 
ଜୟପୁର , 21 ଡିସେମ୍ବର (ହି.ସ.) ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ l ଗାଁ ସ୍ମସାନ ପାଲଟିଇଥିଲା ଜନସମୁଦ୍ର, ସମସ୍ତଙ୍କ ହାତରେ ଜାତୀୟ ପତକା ଦେଖିବାକୁ ମିଳିଥିବା ବେଳେ ଶହୀଦ ଯବନ ଅମର ରହେ,ଈଶ୍ୱର ଭାଇ ଅମର ରହେ ନାରାରେ କମ୍ପି ଉଠିଥିଲା ପରିବେଶ l କୋରାପୁଟ ଜିଲ୍ଲା ବୈପାରୀଗୁ
ବୈପାରୀଗୁଡା ରେ ଶହୀଦ କୁ ଶ୍ରଦ୍ଧାଞ୍ଜଳି


ଜୟପୁର , 21 ଡିସେମ୍ବର (ହି.ସ.)

ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ l ଗାଁ ସ୍ମସାନ ପାଲଟିଇଥିଲା ଜନସମୁଦ୍ର, ସମସ୍ତଙ୍କ ହାତରେ ଜାତୀୟ ପତକା ଦେଖିବାକୁ ମିଳିଥିବା ବେଳେ ଶହୀଦ ଯବନ ଅମର ରହେ,ଈଶ୍ୱର ଭାଇ ଅମର ରହେ ନାରାରେ କମ୍ପି ଉଠିଥିଲା ପରିବେଶ l କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବଡାଗୁଡାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି I ରାଜସ୍ଥାନରେ ଟ୍ୟାଙ୍କ ଫାଇରିଂ ଅଭ୍ୟାସ ବେଳେ ବୋମା ବବିଷ୍ପରଣ ହୋଇଥିଲା,ଓଡ଼ିଆ ପୁଅ ଈଶ୍ୱର ତଲିଆ ଶହୀଦ ହୋଇଥିଲେ l ଶହୀଦଙ୍କ ପାର୍ଥିବ ଶରୀର ଆଜି ନିଜ ପୌତୃକ ଗାଁ ବଡାଗୁଡାରେ ପହଂଚିଥିଲା l ସ୍ମସାନରେ ପାର୍ଥିବ ଶରୀରକୁ ଆର୍ମି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର୍ର ପ୍ରଦାନ କରାଯାଇଛି l

ଶହୀଦ ଜବାନ ଈଶ୍ୱର ତଲିଆଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଲୋକ l ବୈପାରୀଗୁଡା ସହରରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା l ଆବାଳ ବୃଦ୍ଧ ବନୀତା ଓ ଜାତିଧର୍ମ ନିର୍ବିଶେଷରେ ସମସ୍ତେ ରାସ୍ତା କାଡରେ ଠିଆ ହୋଇ ଶହୀଦ ଯବାନ ଈଶ୍ୱରଙ୍କ ପାର୍ଥିବ ଶରୀର ଦର୍ଶନ କରିଛନ୍ତି l ସହର ଏକ ପ୍ରକାଶ ଲୋକାରଣ୍ୟ ହୋଇଯାଇଥିଲା l ବୈପାରୀଗୁଡା ଠାରୁ ବଡାଗୁଡା ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଆତ୍ମୀୟ l ବଡାଗୁଡାର ନିଜ ଘରେ ପାର୍ଥିବ ଶରୀର ପହଂଚିବା ପରେ ପରିବାର ବର୍ଗ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଗାଁ ସ୍ମସାନରେ ଆର୍ମି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର୍ର ପ୍ରଦାନ କରାଯାଇଥିଲା l ସ୍ମସାନରେ ପରିବାର ବର୍ଗ ସମତ କୋରାପୁଟ ଜିଲ୍ଲାପାଳ ଭି କୀର୍ତି ଭାସନ, କୋରାପୁଟ ଏସପି ରହିତ ବର୍ମା,କୋରାପୁଟ ବିଧାୟକ ରଘୁରାମ ମାଛ , କୋଟପାଡ଼ ବିଧାୟକ ରୁପୁ ଭତ୍ରା ଏବଂ ଜିଲ୍ଲାପରିଷଦ ଆଦକ୍ଷା ସସ୍ମିତା ମେଲକା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ସେପଟେ ପରିବାର ଲୋକେ ଶହୀଦଙ୍କ ପାର୍ଥିବ ଶରୀର ନିକଟରେ ଝୁରି ଝୁରି କାନ୍ଦି ବସିଥିବା ବେଳେ ପୁଅ ଝିଅ କୁ ନେଇ ଚିନ୍ତାରେ ସ୍ତ୍ରୀ l

ଆଦିବାସୀ ଆଦୁଷିତ ଅଂଚଳ ବୈପାରୀଗୁଡାର ବଡାଗୁଡାରୁ ଈଶ୍ୱର ତଲିଆଙ୍କ ବାଲ୍ୟ ଜୀବନ ଆରମ୍ଭ ହୋଇଥିଲା l ଯୁବକ ସମୟରେ ସେ 2011 ମସିହାରେ ସେନା ବାହିନୀରେ ଯୋଗ ଦେଇଥିଲେ l ସେ ଜାମୁରେ 46 ଆର୍ମି ଆର୍ମଡ଼ ରେଜିମେଣ୍ଟ ରେ ଏଲଡି ପଦବୀରେ କାର୍ଯ୍ୟରତ ଥିଲେ l ଗତ 18ତାରିଖ ଦିନ ରାଜସ୍ଥାନର ଫକରନ ରେଞ୍ଜ ଠାରେ ଟ୍ୟାଙ୍କ ଫାଇରିଂ ଅଭ୍ୟାସ ବେଳେ ହଟାତ ଟ୍ୟାଙ୍କରେ ବୋମା ବିଷ୍ପରଣରେ ଆଖି ବୁଝିଲେ ଈଶ୍ୱର l 35 ବର୍ଷରେ ସେ ଦେଶ ମାତୃତ୍ୱ ପାଇଁ ଶହୀଦ ହୋଇଗଲେ l ଈଶ୍ୱରଙ୍କୁ ନେଇ କେବଳ କୋରାପୁଟ ନୁହଁ ଦେଶ ଆଜି ଗର୍ବ କରୁଛି l ନେତା ଅଧିକାରୀ ଆଉ ଗ୍ରାମବାସୀ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶହୀଦ ଈଶ୍ୱର ତଲିଆ ଅମର ହୋଇ ସମସ୍ତଙ୍କ ମନରେ ଅଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande