ଖୋର୍ଦ୍ଧା, 1 ଅକ୍ଟୋବର (ହି.ସ.),ମଙ୍ଗଳଳାର ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଇଣ୍ଟେଗ୍ରେଟେକ ଇନଫ୍ରାଷ୍ଟ୍ରକ୍ଟର କପ୍ଲେକ୍ସ, ଖୁଦୁପୁର, ଜଟଣୀ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଦିବସ ଟି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ହୋଇଥିଲା ଉକ୍ତ ଉତ୍ସବରେ ପ୍ରାୟ ୩୦୦ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ଉକ୍ତ ଦିବସ ରେ ସକାଳ ୮ଟାରେ ପ୍ରଜାପୀତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ କର୍ମକର୍ତା ମାନଙ୍କ ଦ୍ବାରା ବରିଷ୍ଠ ନାଗରିକ ମାନଙ୍କୁ ନେଇ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦ୍ବାରା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା | ତତପରେ ସମସ୍ତଙ୍କୁ ସକାଳ ଜଳଖୁଆ ବଣ୍ଟନ କରଯାଇଥିଲା | ଏହାପରେ ବରିଷ୍ଠ ନାଗରିକ ମାନଙ୍କ ଦ୍ବାରା ଭଜନ ପରିବେଷଣ କରଯାଇଥିଲା |ଏହି କାର୍ଯ୍ୟକ୍ରମ ପରେ ଏକ ସାଧାରଣ ସଭା ର ଆୟୋଜିତ ହୋଇଥୁଲା, ଉକ୍ତ ସଭା ରେ ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ ପ୍ରତାପଚନ୍ଦ୍ର ବେଉରା, ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଖୋର୍ଦ୍ଧା ରାଜଶ୍ରୀ ପଟ୍ଟନାୟକ, ବରିଷ୍ଠ ନାଗରିକ ସଂଘ ର ସମ୍ପାଦକ ଡଃ . ଯୁଗଳକିଶୋର ସାହୁ, ଶ୍ରୀ ଦିଲୀପ କୁମାର ହିଆଲ ଡିଏସଏସଓ ,ଖୋର୍ଦ୍ଧା, ଜଟଣୀ ମୁନିସିପାଲଟି ଅଧକ୍ଷ, ଶ୍ରୀ ଅନନ୍ତ କୁମାର ବେହେରା, ଅରୁଣ କୁମାର ମହାନ୍ତି ଓଡିଶା ବରିଷ୍ଠ ନାଗରିକ ମହାସଂଘ ଉପସଭାପତି,କଟଣୀ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଭକ୍ତବନ୍ଧୁ ଚୌଧୁରୀ, ଜଟଣୀ ବରିଷ୍ଠ ନାଗରିକ ମଞ୍ଚ ସାଧାରଣ ସମ୍ପାଦକ ବିମଲ ଚନ୍ଦ୍ର ଷଡଙ୍ଗୀ ନିର୍ବାହୀ ଅଫିସର ଜଟଣୀ ମୁନିସିପାଲଟି ସୂର୍ଯ୍ୟମଣି ପାର୍ଟଜୋଶୀ ଯୋଗ ଦେଇ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ |ମୁଖ୍ୟ ଅତିଥୁ ରୂପେ ବରିଷ୍ଠ ନାଗରିକ ସଂଘ ର ସମ୍ପାଦକ ଡଃ . ଯୁଗଳକିଶୋର ସାହୁ ମହୋଦୟଙ୍କୁ ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ଦ୍ବାରା ମାନପତ୍ର ଅର୍ପଣା କରିବା ଦ୍ବାରା ସମ୍ମାନୀତ କରଯାଇଥିଲା | ସାଧାରଣସଭାରେ ସମ୍ମାନୀତ ଅତିଥ୍ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ବରିଷ୍ଠ ନାଗରିକ ମାନଙ୍କୁ ମଧୁବାବୁ ଭତ୍ତା ପ୍ରଦାନ କରଯାଇଥିଲା | ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ଦ୍ବାରା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଓଡିଶା ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ପ୍ରକାର ଯୋଜନା, ନିଯମାବଳୀ ଏବଂ ସୁବିଧା ସୁଯୋଗ ବିଷୟରେ ଅବଗତ କରିବା ସହିତ ସଚେତନ କରିବାରେ ସହାୟକ ହୋଇଥିଲେ | ବରିଷ୍ଠ ନାଗରିକ ମଞ୍ଚ ଜଟଣୀ ର ସଭାପତିଙ୍କ ଦ୍ବାରା ଜିଲ୍ଲା ପ୍ରଶାସନ କୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକଡେ କେୟାର ସେଣ୍ଟର ଖୋଲିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ |ସାଧାରଣସଭା ପରେ ଶ୍ରୀବର୍ଷ ମିଶ୍ର ସ୍ମୃତି ବଧୂର ବିଦ୍ୟାଳୟ, ଇଶ୍ୱର ମାନସିକ ଅଗ୍ରସର ବିଦ୍ୟଳୟ ଏବଂ ଲୁଇସ ବ୍ରେଲ ଦୃଷ୍ଟିବାଧୂତ ବିଦ୍ୟାଳୟ ର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଏହାପରେ ସମସ୍ତଙ୍କୁ ମଧ୍ୟାନ୍ନ ଭୋଜନ ପ୍ରଦାନ କରଯାଇଥିଲା | ଉକ୍ତ ସଭାରେ ସାମ୍ବାଦିକ ଏବଂ ଏଲେକ୍ଟ୍ରୋନିକ ମିଡିଆ ମଧ୍ଯ ଯୋଗ ଦେଇଥିଲେ | ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ରେ ଏବଂ ଜଟଣୀ ବରିଷ୍ଠ ନାଗରିକ ମଞ୍ଚ ର କର୍ମକର୍ତ୍ତା ମାନଙ୍କ ସହୟତା ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସାଫଲ୍ୟ ମଣ୍ଡିତ ହୋଇଥିଲା |
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ