ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଇଡି ପକ୍ଷରୁ ଲୋଡିଲେ ପ୍ରତିକ୍ରିୟା
ନୂଆଦିଲ୍ଲୀ, ୧୭ ଅକ୍ଟୋବର (ହିସ) - ପଶ୍ଚିମବଙ୍ଗର ପ୍ରାଥମିକ ଶିକ୍ଷକ ନିଯୁକ୍ତି ସ୍କାମ ଅଭିଯୁକ୍ତ ତଥା ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ ଆବେଦନ ଉପରେ ଏକ ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସୁର୍ଯ୍ୟ କାଂତଙ୍କ ନେତୃ
ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଇଡି ପକ୍ଷରୁ ଲୋଡିଲେ ପ୍ରତିକ୍ରିୟା


ନୂଆଦିଲ୍ଲୀ, ୧୭ ଅକ୍ଟୋବର (ହିସ) - ପଶ୍ଚିମବଙ୍ଗର ପ୍ରାଥମିକ ଶିକ୍ଷକ ନିଯୁକ୍ତି ସ୍କାମ ଅଭିଯୁକ୍ତ ତଥା ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ ଆବେଦନ ଉପରେ ଏକ ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସୁର୍ଯ୍ୟ କାଂତଙ୍କ ନେତୃତ୍ୱରେ ହୋଇଥିବା ବେଂଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ପାର୍ଥ ଚାଟାର୍ଜୀଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ ଅଭିଯୁକ୍ତ ପ୍ରାୟ ଦୁଇ ବର୍ଷ ଦୁଇ ମାସ ଜେଲରେ ଅଛନ୍ତି। ତାଙ୍କୁ ଜାମିନ ମିଳିବା ଉଚିତ୍‌। ଏହାପୂର୍ବରୁ କଲିକତା ହାଇକୋର୍ଟ ପାର୍ଥ ଚାଟାର୍ଜୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ହାଇକୋର୍ଟ ଜାଣିବାକୁ ପାଇଛନ୍ତି ଯେ ଚାଟାର୍ଜୀ ସହ ଜଡିତ ପରିସରରୁ ଇଡି ୫୪.୮୮ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତି ଜବତ କରିଛି।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande