ବଙ୍ଗଳା ପୋଲିସର ବରିଷ୍ଠ ଅଧିକାରୀ ନଦିଆ ବଳାତ୍କାର ସ୍ଥାନ କଲେ ପରିଦର୍ଶନ
କୋଲକାତା, ୧୭ ଅକ୍ଟୋବର (ହିସ) - ଷ୍ଟେଟ ଆସିଷ୍ଟାଂଟ ଡାଇରେକ୍ଟର ଜେନେରାଲ ପୋଲିସ (ଏଡିଜି) ସୁପ୍ରତିମ ସରକାର ଗୁରୁବାର ଦିନ ପଶ୍ଚିମବଙ୍ଗର ନଦିିଆ ଜିଲ୍ଲାରେ 'ବଳାତ୍କାର ଓ ହତ୍ୟା' ପରେ ମୃତଦେହ ମିଳିଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ମୃତଦେହ ପୋଷ୍ଟମର୍ଟମ ପାଇଁ
ବଙ୍ଗଳା ପୋଲିସର ବରିଷ୍ଠ ଅଧିକାରୀ ନଦିଆ ବଳାତ୍କାର ସ୍ଥାନ କଲେ ପରିଦର୍ଶନ


କୋଲକାତା, ୧୭ ଅକ୍ଟୋବର (ହିସ) - ଷ୍ଟେଟ ଆସିଷ୍ଟାଂଟ ଡାଇରେକ୍ଟର ଜେନେରାଲ ପୋଲିସ (ଏଡିଜି) ସୁପ୍ରତିମ ସରକାର ଗୁରୁବାର ଦିନ ପଶ୍ଚିମବଙ୍ଗର ନଦିିଆ ଜିଲ୍ଲାରେ 'ବଳାତ୍କାର ଓ ହତ୍ୟା' ପରେ ମୃତଦେହ ମିଳିଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ମୃତଦେହ ପୋଷ୍ଟମର୍ଟମ ପାଇଁ କଲ୍ୟାଣୀର ଜବାହରଲାଲ ନେହେରୁ ମେମୋରିଆଲ (ଜେଏନଏମ) ଡାକ୍ତରଖାନାକୁ ପଠାଯାଇଛି। ମୃତକଙ୍କ ପିତା ମାତାଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି ତେଣୁ ଦକ୍ଷିଣ ବେଙ୍ଗଲ ଏଡିଜି ସୁପ୍ରତିମ ସରକାର ଆଶ୍ରମପଡା ଅଂଚଳ ପରିଦର୍ଶନ କରିଥିଲେ। ମୃତକଙ୍କ ଦୁଇ ଘନିଷ୍ଠ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଗୁରୁବାର ସ୍ଥାନୀୟ କୋର୍ଟରେ ହାଜର ହୋଇଥିଲେ ମୃତକଙ୍କ ପିତାମାତା ଅଭିଯୋଗ କରିଛନ୍ତି ଯେ ଗ୍ୟାଙ୍ଗ ବଳାତ୍କାର ଓ ହତ୍ୟା ପରେ ସେମାନେ ଝିଅର ମୁହଁରେ ଏସିଡ୍ ଢାଳି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande