କାର୍ତ୍ତିକ ମାସ ଆରମ୍ଭରୁ ପନିପରିବା ଦରରେ ନିଆଁ
କେନ୍ଦୁଝର/ଘଟଗାଁ, ୧୮ ଅକ୍ଟୋବର (ହି.ସ.)- କାର୍ତ୍ତିକ ମାସ ଆରମ୍ଭରୁ‌ ପନିପରିବା ଦର ଆକାଶ ଛୁଆଁ, ଖାଉଟି ମାନଙ୍କୁ ବିବ୍ରତ କରିଛି । କାର୍ତ୍ତିକ ମାସରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ପ୍ରାୟ ଆମିଷ ପରିତ୍ୟାଗ କରି ପନିପରିବା ଓ ସାଧା ଭୋଜନକୁ ଆପଣେଇ ଥାନ୍ତି । ତେଣୁ କାର୍ତ୍ତିକ ମାସରେ ପନିପରିବା ଉପରେ
କାର୍ତ୍ତିକ ମାସ ଆରମ୍ଭରୁ ପନିପରିବା ଦରରେ ନିଆଁ


କେନ୍ଦୁଝର/ଘଟଗାଁ, ୧୮ ଅକ୍ଟୋବର (ହି.ସ.)- କାର୍ତ୍ତିକ ମାସ ଆରମ୍ଭରୁ‌ ପନିପରିବା ଦର ଆକାଶ ଛୁଆଁ, ଖାଉଟି ମାନଙ୍କୁ ବିବ୍ରତ କରିଛି । କାର୍ତ୍ତିକ ମାସରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ପ୍ରାୟ ଆମିଷ ପରିତ୍ୟାଗ କରି ପନିପରିବା ଓ ସାଧା ଭୋଜନକୁ ଆପଣେଇ ଥାନ୍ତି । ତେଣୁ କାର୍ତ୍ତିକ ମାସରେ ପନିପରିବା ଉପରେ ପ୍ରାୟ ଅଧିକ ଲୋକ ନିର୍ଭରଶିଳ ହୋଇଥାନ୍ତି । ଏହି ଦୃଷ୍ଟିରେ ପନିପରିବାର ଆବଶ୍ୟକତା ଅଧିକ ଥାଏ । ଏବଂ ଏହାର ସୁଯୋଗ ନେଇ ପନିପରିବା ବିକ୍ରେତା ମାନେ ମଧ୍ୟ ପରିବା ଦରକୁ ନିଜ ଇଛା ମୁତାବକ ବିକ୍ରି କରୁଥିବାର ଅଭିଯୋଗ ହୋଇଛି । ଦର ନିୟନ୍ତ୍ରଣ ଉପରେ କଡା କଟକଣା ମଧ୍ୟ ନାହିଁ । ଯାହା ଫଳରେ ବ୍ୟବସାୟଙ୍କ ଦ୍ଵାରା ଦର ବୃଦ୍ଧି ଘଟୁଥିବାର ମଧ୍ୟ ଆଲୋଚିତ ହେଉଛି ।‌ ବର୍ତ୍ତମାନ ଖୋଲା ପନିପରିବା ବଜାରରେ ବିଲାତି କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରୁମାଛୁଇଁ ୧୦୦ ଟଙ୍କା, ବାଇଗଣ, କାକୁଡି, ପୋଟଳ, ଭେଣ୍ଡି, ୭୦ରୁ ୮୦ଟଙ୍କା, କୁନ୍ଦୁରି ୬୦ ଟଙ୍କା, ଫୁଲକୋବି ୧୨୦ ଟଙ୍କା ମୋଟା ମୋଟି ଭାବେ କୌଣସି ପରିବା ର ଦର ୭୦ ଟଙ୍କା ତଳକୁ ନାହିଁ। ଏଣୁ ନିରାମିଷାଶୀ ଓ ହଭିଶ୍ୟାଳୀ ମାନଙ୍କୁ ବିବ୍ରତ କରିଛି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande