ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଆତଙ୍କିତ ନଦୀକୂଳିଆ ଗାଁ ଲୋକ, ପ୍ରଶାସନିକ ପ୍ରସ୍ତୁତି ପରେ ବାତ୍ୟା ଆଶ୍ରୟସ୍ଥଳୀର ଖୋଲୁନି ତାଲା, ନଦୀକୂଳରେ ଲଙ୍ଗର ପକାଇ ଜଗି ବସିଛନ୍ତି ମତ୍ସ୍ୟଜିବୀ
ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଏବେ ଠୁ ଭୟଭିତ ହୋଇ ପଡିଲେଣି ଭଦ୍ରକ ଜିଲାର ନଦୀକୂଳିଆ ଅଂଚଳର ଲୋକମାନେ। ବିଶେଷକରେ ଆରଡି ସମେତ ମୁଆଁ, ସନ୍ତରା, ବାତୋଳ, ସିଙ୍ଗିପୁର, ସାନପଙ୍କି, ଶୀତଳପୁର, ନାନ୍ଦପୂର, ପାଲଟପୁର, କୋଇଲିଖା, ଭୂଇଁପୁର, ଓଳଗ, ସାଠିବାଙ୍କୁଡା, ବୋଡକ, ଅ
BATYA KU NEI ATANKITA NAI KULIA LOKA


ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଏବେ ଠୁ ଭୟଭିତ ହୋଇ ପଡିଲେଣି ଭଦ୍ରକ ଜିଲାର ନଦୀକୂଳିଆ ଅଂଚଳର ଲୋକମାନେ। ବିଶେଷକରେ ଆରଡି ସମେତ ମୁଆଁ, ସନ୍ତରା, ବାତୋଳ, ସିଙ୍ଗିପୁର, ସାନପଙ୍କି, ଶୀତଳପୁର, ନାନ୍ଦପୂର, ପାଲଟପୁର, କୋଇଲିଖା, ଭୂଇଁପୁର, ଓଳଗ, ସାଠିବାଙ୍କୁଡା, ବୋଡକ, ଅମୃତମଣୀ, ଦୋହରାପାଟଣା, ସୁନ୍ଦରପୁର ଆଦି ୨୪ଟି ଗାଁର ହଜାର ହଜାର ଲୋକ ବୈତରଣୀ ଓ ସାଳନ୍ଦୀ ନଦୀକୂଳରେ ବସବାସ କରୁଥିବାରୁ ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ ଯଦି ଧାମାରା ମୁହାଣରେ ଉଚ୍ଚ ଜୁଆରଢେଉ ଆସେ ତାହାଲେ ସିଧାସଳଖ ଭାବେ ଏହି ଗାଁ ଗୁଡିକ ପ୍ରଭାବିତ ହେବ। ଅନ୍ୟପଟେ ମୁଆଁ, ଶୀତଳପୂର, ପାଲଟପୁର, ଅମୃତମଣି, ସାଠିବାଙ୍କୁଡା ଓ ବୋଡକ ନଦୀଠାରୁ ୧୦ଦ୧୫ମିଟର ଦୂରତା ଥିବାରୁ କଚା ଓ ଛପର ଘର ଝଡପବନରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ସ୍ଥାନ ଅତି ତଳିଆ ଅଂଚଳ ହୋଇଥିବାରୁ ଜୁଆର ପାଣି ମଧ୍ୟ ଗାଁ ଭିତରକୁ ସିଧାସଳଖ ପ୍ରବେଶ କରିବ। ସେହିପରି ବାତ୍ୟା ଓ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କ ଆଶ୍ରୟ ପାଇଁ ନାନ୍ଦପୁର କୋଇଲିଖା ଠାରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ହେଲେ ଉକ୍ତ ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣା ଅଭାବ ଯୋଗୁ ଅସାମାଜିକ ବ୍ୟକ୍ତିବିଶେଷଙ୍କ ଆଡ୍ଡାସ୍ଥଳ ପାଲଟିଛି। ଏବେ ସାମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଥିବା ଜିଲା ପ୍ରଶାସନ କହୁଥିବା ବେଳେ ଗ୍ରାଉଣ୍ଡରେ ତାହା ବିପରିତ ଦେଖା ଦେଇଛି। ଫଳରେ ଆଶ୍ରୟସ୍ଥଳରେ ଏ ପର୍ଯ୍ୟନ୍ତ ଚାବି ଖୋଲୁନି। କବାଟ ଝରକା ଭାଙ୍ଗି ଯାଇଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳ ପାଲଟିଛି। ତାହାସହ ବିଜୁଳି ଯୋଗାଣ ପାଇଁ ଜେନେରଟର ଥିଲେ ମଧ୍ୟ ତାହା ଅଚଳ ହୋଇପଡିଥିବା ବେଳେ ଲାଇଟ ଫ୍ୟାନ ଭାଙ୍ଗି ଝୁଲି ରହିଛି। ସେହିପରି ନଦୀ ଓ ସମୁଦ୍ର ମଧ୍ୟକୁ ଯାଇଥିବା ମାଛଧରା ବୋଟ ଗୁଡିକ ଲଙ୍ଗର ପକାଇଛନ୍ତି ନଦୀକୂଳରେ। ମଙ୍ଗଳବାର ଠାରୁ ମାଛ ଧରିବାକୁ ନଯାଇ କୂଳରେ ବସି ରହିଛନ୍ତି ମତ୍ସ୍ୟଜିବୀ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande