ବାତ୍ୟା “ଦାନା” ପାଇଁ ସଜାଗ ରହିବାକୁ ମତ୍ସ୍ୟଜିବୀ ବିଭାଗ ପକ୍ଷରୁ ନିର୍ଦେଶ
ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅବପାତ ଆଜି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ବୁଧବାର ଏହା ବାତ୍ୟାର ରୂପ ନେଇ ସମୟାନ
MASTYAJIBI NKU SAJAG RAHIBAKU NIRDESH


ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅବପାତ ଆଜି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ବୁଧବାର ଏହା ବାତ୍ୟାର ରୂପ ନେଇ ସମୟାନୁକ୍ରମେ ଭୀଷଣ ବାତ୍ୟାର ରୂପାନ୍ତରିତ ହେବ। ୨୪ତାରିଖ ରାତିରୁ ଏହାର ପ୍ରକୋପ ଆରମ୍ଭ ହୋଇ ୨୫ତାରିଖ ସକାଳ ସୁଦ୍ଧା ଏହା ସ୍ଥଳଭାଗ ଅତିକ୍ରମ କରିବାର ସୁଚନା ମିଳିଥିବା ବେଳେ ଏହାର ପ୍ରବାର ପୁରୀରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗର ସାଗରଦ୍ୱୀପ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଇଛି। ଅନ୍ୟ କିଛି ବିଶେଷଜ୍ଞଙ୍କ ମତାନୁଯାଇ ଏହି ବାତ୍ୟା କେନ୍ଦ୍ରପଡା ଜିଲ୍ଲାର ଭିତରକନିକା ଠାରୁ ଆରମ୍ଭ ହୋଇ ଭଦ୍ରକ ଜି୍‌ଲାର ଧାମରା ଠାରେ ସ୍ଥଳ ଭାଗକୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।ଏହି ଭୀଷଣ ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁବା ବେଳେ ପବନର ବେଗ ୧୦୦ରୁ ୧୨୦ କି.ମି ରହିବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି। ବର୍ତମାନ ସୁଦ୍ଧା ଧାମରା ଅଂଚଳରେ ଏହାର କୌଣସି ପ୍ରକୋପ ନଥିବା ବେଳେ କେବଳ ମତ୍ସ୍ୟ ବିଭାଗ ଅଧିକାରୀ ସମସ୍ତ ଅଂଚଳକୁ ଯାଇ ସମସ୍ତ ମତ୍ସ୍ୟଜିବୀ ଏବଂ ସାଧାରଣ ଲୋକଙ୍କୁ ଏହି ବାତ୍ୟା ଦାନା ପାଇଁ ଭୟଭୀତ ନ ହୋଇ ସଜାଗ ରହିବାକୁ ପ୍ରଚାର ପ୍ରସାର ମାଧ୍ୟମରେ ଅଭଗତ କରାଉଛନ୍ତି। ଅନ୍ୟ ପକ୍ଷରେ ଧାମରା, ବାଂଶଡା ଏବଂ ଧାମରା ସମୁଦ୍ରିକ ଥାନା ର ଥାନାଧିକାରୀ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ପ୍ରଚାର ପ୍ରସାର ମାଧ୍ୟମରେ ଅବଗତ କରାଇ ନାହାନ୍ତି। ବର୍ତମାନ ସୁଦ୍ଧା ବଙ୍ଗୋପସାଗର ଏବଂ ନିକଟବର୍ତୀ ନଦୀରେ ଜଳ ସ୍ଥର ର କୌଣସି ପରିବର୍ତନ ହୋଇ ନଥିବା ବେଳେ ଧାମରା ମତ୍ସ୍ୟ ବିଭାଗର ଅଧିକାରୀ ମାନେ ସମସ୍ତ ଅଂଚଳ ବୁଲି ଧାମରା ମତ୍ସ୍ୟ ଅଧିକାରୀଙ୍କ ଠାରେ ରେଜିଷ୍ଟ୍ରେସନ ହୋଇଥିବା ୨୫୮ଟି ଟ୍ରଲର,୨୬୪ଟି ଭୁଟୁଭୁଟି ଏବଂ ୩୧ଟି କ୍ଷୁଦ୍ର ନୌକା ଗୁଡିକର ମାଲିକ ମାନଙ୍କୁ ସମୁଦ୍ର କୁ ନ ଯିବା ପାଇଁ ଅବଗତ କରାଇଛନ୍ତି। ଏଥିସହ ବିଭାଗୀୟ ଅଧିକାରୀ ଧାମରା, ଚନ୍ଦନୀପାଳ ,କରଞ୍ଜମାଳ, କରଣପଲ୍ଲୀ ଠାରେ ଯେପରି କୌଣସି ମତ୍ସ୍ୟଜିବୀ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ନ ଯିବେ ସେଥିପ୍ରତି କଡା ନଜର ରଖିଛନ୍ତି ବୋଲି ଭଦ୍ରକ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ ମତବ୍ୟକ୍ତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande