ସମ୍ଭାବ୍ୟ ସାମୁନ୍ଦ୍ରିକ ବାତ୍ୟା ଦାନାରୁ ବୁଲା ଗାଈ ଗୋରୁ ତଥା ପଶୁ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଜିଲ୍ଲା ପାଳ ଙ୍କ ଗୁରୁତ୍ୱାରୋପ
Odia, 22 ଅକ୍ଟୋବର (ହି.ସ.) ଭାରତୀୟ ପାଣି ପାଗ ବିଭାଗ (ଆଇ ଏମ୍ ଡି) ଏବଂ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ଙ୍କ ସୂଚନା ମତେ ସମ୍ଭାବ୍ୟ ସାମୂନ୍ଦ୍ରିକ ବାତ୍ୟା ଦାନା ର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା
ସମ୍ଭାବ୍ୟ ସାମୁନ୍ଦ୍ରିକ ବାତ୍ୟା ଦାନାରୁ ବୁଲା ଗାଈ     ଗୋରୁ ତଥା ପଶୁ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଜିଲ୍ଲା ପାଳ ଙ୍କ ଗୁରୁତ୍ୱାରୋପ


Odia, 22 ଅକ୍ଟୋବର (ହି.ସ.) ଭାରତୀୟ ପାଣି ପାଗ ବିଭାଗ (ଆଇ ଏମ୍ ଡି) ଏବଂ

ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ଙ୍କ ସୂଚନା ମତେ ସମ୍ଭାବ୍ୟ ସାମୂନ୍ଦ୍ରିକ

ବାତ୍ୟା ଦାନା ର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା

ସମେତ ଓଡ଼ିଶା ଉପକୂଳର ବିଭିନ୍ନ ଜିଲ୍ଲାରେ ଗଭୀର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।ଏହି

ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଖୋର୍ଦ୍ଧା ଶ୍ରୀ ଚଞ୍ଚଳ ରାଣା ଜିଲ୍ଲାରେ

ବୁଲୁଥିବା ବୁଲା ଗାଈ ଗୋରୁ ଏବଂ ବିଭିନ୍ନ ପଶୁ ମାନଙ୍କର ସୁରକ୍ଷା ଦିଗରେ ଗୁରୁତ୍ୱାରୋପ କରି

କାର୍ଯ୍ୟାଳୟ ନିର୍ଦ୍ଦେଶ ନାମା ୧୫୦୪୯ ତା ୨୨.୧୦.୨୦୨୪ ରିଖରେ ଜିଲ୍ଲାର ସମସ୍ତ ପୌର ପରିଷଦ, ପୌର ବିଜ୍ଞାପିତ ଅଞ୍ଚଳ , ଭୁବନେଶ୍ୱର ମହାନଗର ନିଗମ, ଜଙ୍ଗଲ ବିଭାଗ,ପଶୁ ସେବା ବିଭାଗ, ସମସ୍ତ ଇଂଜିନିୟରିଂ ବିଭାଗ ସହ ଜିଲ୍ଲା ପ୍ରଶାସନ

ଅଧୀନ ସମସ୍ତ ବିଭାଗ ଓ କାର୍ଯ୍ୟାଳୟ ଅଧିକାରୀ ମାନଙ୍କୁ ବୁଲା ଗାଈ ଗୋରୁ ଓ ସମସ୍ତ ପଶୁ ମାନଙ୍କୁ

ବାତ୍ୟା ଦାନା ଓ ବର୍ଷାରୁ ସୁରକ୍ଷା ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ

କ୍ରମେ ଜିଲ୍ଲାପାଳ ଶ୍ରୀ ରାଣା ପ୍ରକାଶ କରିଛନ୍ତି ଯେ ଅଧିକାରୀ ମାନେ ସେମାନଙ୍କ କାର୍ଯ୍ୟାଳୟ

ପରିସରରେ ଥିବା ତଥା ସେମାନଙ୍କ ଅଧୀନରେ ଥିବା ସୁରକ୍ଷା ସ୍ଥାନ, ସର୍ବସାଧାରଣ ଓ ସରକାରୀ ବିଲ୍ଡିଂ, ଗୋଶାଳା, ଗ୍ୟାରେଜ ଗୁଡ଼ିକୁ ଉକ୍ତ ୩ ଦିନ ଦାନା ର ବାତ୍ୟା ବର୍ଷା ପ୍ରବଣ ଥିବାରୁ ବୁଲା ଗାଈ

ଗୋରୁ ଷଣ୍ଢ ଛେଳିମେଣ୍ଢା ଓ ସମସ୍ତ ପଶୁ ମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ମୁକ୍ତ/ଖୋଲା ରଖିବା ସହ

ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଧିକାରୀ ମାନଙ୍କ

ଏହି ମହତ ପଦକ୍ଷେପ ବୁଲା ଗାଈ ଗୋରୁ ଏବଂ ସମସ୍ତ ପଶୁ ମାନଙ୍କୁ ତାଙ୍କ ଜୀବନ ବଞ୍ଚାଇବା ରେ ଆମେ

ସକ୍ଷମ ହେବାସହ ପ୍ରତ୍ୟେକ ଦିଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଶୂନ୍ୟ ପଶୁ ମୃତ୍ୟୁ ହାର ବଜାୟ

ରଖିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଖୋର୍ଦ୍ଧା,ଶ୍ରୀ ଚଞ୍ଚଳ ରାଣା ଅଧିକାରୀ

ମାନଙ୍କୁ ଆହ୍ଵାନ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande