ବାତ୍ୟା ‘ଦାନା’ ମୁକାବିଲା ନେଇ ବନ୍ତ ବ୍ଲକ୍ ପ୍ରଶାସନର ପ୍ରସ୍ତୁତି
ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ନେଇ ଆଜି ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ଆବାହକତ୍ୱରେ ରାଜସ୍ୱ, ସ୍ୱାସ୍ଥ୍ୟ, ଯୋଗାଣ, ଶିକ୍ଷା, ଅଗ୍ନିଶମ, ବିଦ୍ୟୁତ୍‌, କୃଷି, ଉଦ୍ୟାନ,
BONTA BLOCK  - BATYA DANA PRASTUTI BAITHAK AT


ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ନେଇ ଆଜି ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ଆବାହକତ୍ୱରେ ରାଜସ୍ୱ, ସ୍ୱାସ୍ଥ୍ୟ, ଯୋଗାଣ, ଶିକ୍ଷା, ଅଗ୍ନିଶମ, ବିଦ୍ୟୁତ୍‌, କୃଷି, ଉଦ୍ୟାନ, ମିଶନଶକ୍ତି,ପ୍ରାଣୀ ସମ୍ପଦ,ଗ୍ରାମ୍ୟ ଉନ୍ନୟନ, ପୂର୍ତ ବିଭାଗ,ପାନୀୟ ଜଳ,ବନ୍ତ,ଆଗରପଡା ଥାନା ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଶେଷକରି ବାତ୍ୟା ଆରମ୍ଭରୁ ପଂଚାୟତ ଜନପ୍ରତିନିଧିଙ୍କ ସହଯୋଗରେ ଏହି ବ୍ଲକରେ ଥିବା ୨୫ ଗୋଟି ପଂଚାୟତ ଗୃହକୁ ବ୍ୟବସ୍ଥିତ କରିବା ସହ ସେଠାରେ ବିଦ୍ୟୁତ୍‌,ପାନୀୟ ଜଳ, ଶୁଖିଲା ଖାଦ୍ୟ ଏବଂ ଜରୁରୀ ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ ଓ ସ୍ୱାସ୍ଥ୍ୟ ଉପକରଣ ଆଦି ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଥିଲା । ବାତ୍ୟା ପୂର୍ବ ଓ ପରର ସ୍ଥିତିକୁ ସ୍ୱାଭାବିକ କରିବା ନେଇ ଅଗ୍ନିଶମ ଓ ବନ ବିଭାଗ ସଜାଗ ରହିବାକୁ ଗୁରୁତ୍ୱାରୋପ କରାଯାଇଥିଲା । ଏଥି ସହ ଜରୁରୀକାଳୀନ ସ୍ଥିତିରେ ୨୪ ଘଂଟିଆ ସହାୟତା ଫୋନ ନମ୍ବରକୁ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା । ଏହି ବ୍ଲକର ବନ୍ତ,କେନ୍ଦୁଆପଦା,ଆଗରପଡା ଅଂଚଳରେ ଥିବା ତେଜରାତି ଦୋକାନ ଗୁଡିକରେ ପ୍ରଚୁର ପରିମାଣରେ ଚୁଡା, ଗୁଡ,ବିସ୍କୁଟ ଓ ରାସନ ସାମଗ୍ରୀ ମହଜୁଦ ଥିବା ବେଳେ ଲୋକ ମାନେ କଳା ବଜାରରେ ଶିକାର ନହେବାକୁ ପରାମର୍ଶ ଦିଆଯାଇଥିଲା । ଆବଶ୍ୟକ ସ୍ଥଳେ ବାତ୍ୟା ବିପନ୍ନ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ନିଷ୍ପତି ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ ବ୍ଲକ ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ହୋଇଥିବା ଗୋଷ୍ଠି ଉନ୍ନୟନ ଅଧିକାରୀ କହିଛନ୍ତି । ଆଜିର ବୈଠକରେ ଏବିଡିଓ ନିଶିକାନ୍ତ ଖୁଂଟିଆ, ତହସିଲଦାର ସାରା ହେମ୍ବ୍ରମ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ,ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମନୋଜ ପତି,ବ୍ଲକ ଯୋଗାଣ ଅଧିକାରୀ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ମାନସ ପଣ୍ଡା, ଆଗରପଡା ବନଖଣ୍ଡ ଅଧିକାରୀ ବସନ୍ତ ମାଝୀ,ଜଳ ପରିମଳ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା,ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରଥ ବେହେରା,ଆଗରପଡା ଥାନାଧିକାରୀ ଶ୍ରୀକାନ୍ତ କୁମାର ପତି,ବନ୍ତ ଥାନା ଏସ୍‌.ଆଇ ରଞ୍ଜିତା ବେହେରା,ସହକାରୀ ଉଦ୍ୟାନ ଓ କୃଷି ଅଧିକାରୀ ପାୟଲ ଚୌଧୁରୀ, ବ୍ଲକ୍ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁଙ୍କ ସମେତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ରାଜସ୍ୱ ନୀରିକ୍ଷକ ମାନେ ଉପସ୍ଥିତ ଥିଲେ । ଏଥି ସହ ବିଭିନ୍ନ ପଂଚାୟତ ପାଇଁ ନୋଡାଲ୍ ଅଧିକାରୀ ମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande