ସମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବରେ ଓଡ଼ିଶା ଉପକୂଳରେ ୨୩ ତାରିଖ ସଂନ୍ଧ୍ୟାରୁ ପବନର ବେଗ କ୍ରମଶଃ ବଢିବ 
ଭୁବନେଶ୍ଵର, ୨୨ ଅକ୍ଟୋବର (ହି.ସ.)- ସମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ସମୁଦ୍ର ଅଶାନ୍ତ ରହିବ । ୨୩ ତାରିଖ ସକାଳ ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଧିକ ଅଶାନ୍ତ ହୋଇପଡିବ । ଏହି ସମୟରେ ପବନର ବେଗ ୨୨ ତାରିଖରେ ସମ୍ପୃକ୍ତ ଅଂଚଳରେ ୪୦ରୁ ୫୦ କି
ସମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବରେ ଓଡ଼ିଶା ଉପକୂଳରେ ୨୩ ତାରିଖ ସଂନ୍ଧ୍ୟାରୁ ପବନର ବେଗ କ୍ରମଶଃ ବଢିବ 


ଭୁବନେଶ୍ଵର, ୨୨ ଅକ୍ଟୋବର (ହି.ସ.)- ସମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ସମୁଦ୍ର ଅଶାନ୍ତ ରହିବ । ୨୩ ତାରିଖ ସକାଳ ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଧିକ ଅଶାନ୍ତ ହୋଇପଡିବ । ଏହି ସମୟରେ ପବନର ବେଗ ୨୨ ତାରିଖରେ ସମ୍ପୃକ୍ତ ଅଂଚଳରେ ୪୦ରୁ ୫୦ କି.ମି. ଏବଂ ୬୦ କି.ମି. ପର୍ଯ୍ୟନ୍ତ ବଢିପାରେ । ୨୨ ତାରିଖ ରାତ୍ରି ସୁଦ୍ଧା ପବନର ବେଗ କ୍ରମଶଃ ବୃଦ୍ଧି ପାଇ ୫୦ରୁ ୬୦ କି.ମି. ଏବଂ ୭୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ୨୩ ତାରିଖ ସଂନ୍ଧ୍ୟା ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ପବନର ବେଗ ୭୦ରୁ ୯୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୩ ଓ ୨୪ ତାରିଖରେ ସମୁଦ୍ର ଅଧିକ ଅଶାନ୍ତ ରହିବ । ସମ୍ପୃକ୍ତ ଅଂଚଳ ଓ ଏହାର ଆଖପାଖ ଅଂଚଳରେ ୨୨ ତାରିଖ ସଂନ୍ଧ୍ୟାରେ ପବନର ବେଗ ୪୦ରୁ ୫୦ କି.ମି. ଏପରିକି୬୦ କି.ମି. ପର୍ଯ୍ୟନ୍ତ ବଢିପାରେ । ୨୩ ତାରିଖ ସକାଳ ଠାରୁ ୨୪ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ପବନର ବେଗ ୭୦ରୁ ୯୦ କି.ମି. ପର୍ଯ୍ୟନ୍ତ ରହିପାରେ ।

ଉତରପଶ୍ଚିମ ବଙ୍ଗୋପସାଗରରେ ୨୩ ତାରିଖ ସକାଳେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏପରିକି ୬୦ କି.ମି. ପର୍ଯ୍ୟନ୍ତ ବଢିପାରେ । ପବନର ବେଗ ଧିରେ ଧିରେ ବଢି ୨୩ ତାରିଖ ରାତିରୁ ୨୪ ତାରିଖ ସକାଳ ସୁଦ୍ଧା ଘଂଟା ପ୍ରତି ୭୦ରୁ ୯୦ କି.ମି. ଏପରିକି ୧୦୦ କି.ମି. ପର୍ଯ୍ୟନ୍ତ ବଢିପାରେ । ୨୪ ତାରିଖ ସଂନ୍ଧ୍ୟା ଠାରୁ ୨୫ ତାରିଖ ସକାଳ ସୁଦ୍ଧା ପବନର ଗତି କ୍ରମଶଃ ବୃଦ୍ଧି ପାଇ ଘଂଟା ପ୍ରତି ୧୦୦ରୁ ୧୧୦ କି.ମି. ଏପରକି ସ୍ଥଳ ବିଶେଷରେ ୧୨୦ କି.ମି.କୁ ବୃଦ୍ଧି ପାଇପାରେ । ଏବଂ ଏହାପରେ ପବନର ବେଗ ଧିରେ ଧିରେ ହ୍ରାସ ପାଇବ ।

ଉତରପୂର୍ବ ବଙ୍ଗୋପସାଗର ତଥା ଏହାର ଆଖପାଖ ଅଂଚଳରେ ୨୩ ତାରିଖ ରାତିରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏବଂ ସ୍ଥଳ ବିଶେଷରେ ୬୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ୨୪ ତାରିଖ ଠାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ଏପରିକି ୭୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ଅନୁରୂପ ଭାବେ ଓଡ଼ିଶା ଉପକୂଳରେ ୨୩ ତାରିଖ ସଂନ୍ଧ୍ୟା ସୁଦ୍ଧା ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏପରିକି ୬୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ପବନର ବେଗ କ୍ରମଶଃ ବୃଦ୍ଧି ପାଇବା ସହ ୨୪ ତାରିଖ ସକାଳ ସୁଦ୍ଧା ଘଂଟା ପ୍ରତି ୬୦ରୁ ୭୦ କି.ମି. ଏପରିକି ୮୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ସୁଦ୍ଧା ପବନର ବେଗ ବୃଦ୍ଧି ପାଇ ଘଂଟା ପ୍ରତି ୧୦୦ରୁ ୧୧୦ କି.ମି. ଏପରକି ୧୨୦ କି.ମି. ପର୍ଯ୍ୟନ୍ତ ପହଂଚିପାରେ । ପରବର୍ତୀ ସମୟରେ ପବନର ବେଗ ହ୍ରାସ ପାଇବ । ଏନେଇ ୨୩ ତାରିଖ ସଂନ୍ଧ୍ୟା ଠାରୁ ସମୁଦ୍ର ଧିରେ ଧିରେ ଅଧିକ ଅଶାନ୍ତ ହେବ । ୨୫ ତାରିଖ ମଧ୍ୟାହ୍ନ ଠାରୁ ସ୍ଥିତିରେ ଉନ୍ନତି ଆସିବ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande