ବାତ୍ୟା ଦାନାକୁ ମୁକାବିଲା କରିବା ପାଇଁ ଧାମନଗରରେ ଉପଜିଲ୍ଲାପାଳ
ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ସମ୍ଭାବ୍ୟ ବାତ୍ୟା କୁ ନେଇ ଲୋକ ମାନେ ଭୟଭୀତ ଥିବା ବେଳେ ଆଜି ଦିନ ୪ ଟା ବେଳେ ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷ ରେ ଭଦ୍ରକ ଉପଜିଲ୍ଲାପାଳଙ୍କ ବାତ୍ୟା ମୁକାବିଲା ପାଇଁ ସରକାରୀ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଜିରୋ କାଜୁଆଲିଟିରେ ବାତ୍ୟା ଦାନାକୁ ମୁକାବିଲା ପ
DHAMNAGAR BLOCK BATYA PRASTUTI


ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ସମ୍ଭାବ୍ୟ ବାତ୍ୟା କୁ ନେଇ ଲୋକ ମାନେ ଭୟଭୀତ ଥିବା ବେଳେ ଆଜି ଦିନ ୪ ଟା ବେଳେ ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷ ରେ ଭଦ୍ରକ ଉପଜିଲ୍ଲାପାଳଙ୍କ ବାତ୍ୟା ମୁକାବିଲା ପାଇଁ ସରକାରୀ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଜିରୋ କାଜୁଆଲିଟିରେ ବାତ୍ୟା ଦାନାକୁ ମୁକାବିଲା ପାଇଁ ଆଲୋଚନା କରିଥିଲେ। ଆୟୋଜିତ ବୈଠକ ରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ,ବିଡ଼ିଓ ବନବିହାରୀ ଦିଣ୍ଡା, ତହସିଲଦାର ଦୀପକ ଦାସ,ବିଧାୟକ ପ୍ରତିନିଧି ଅଶୋକ ପୁହାଣ,ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ଯେପରି ଧାମନଗର ବ୍ଲକ ର ବିଭିନ୍ନ ପଂଚାୟତ ରେ କ୍ଷୟକ୍ଷତି ନ ହୁଏ ସେ ଦିଗରେ ସରକାରୀ ଅଧିକାରୀ ମାନେ ସଜାଗ ରହିବାକୁ କହିଥିଲେ । ବାତ୍ୟା ସମୟରେ ମୁକାବିଲା ପାଇଁ ବ୍ଳକ ର ସମସ୍ତ ବିଦ୍ୟାଳୟ ଓ କଲେଜ ବନ୍ଦ ରହିବ ଓ ସେ ସ୍ଥାନ ରେ ଆବଶ୍ୟକ ସ୍ଥଳେ ଲୋକ ମାନେ ରହିବାକୁ ପରାମର୍ଶ ଦିଆ ଯାଇଛି। ସମସ୍ତ ପଂଚାୟତ ମୁଖ୍ୟାଳୟ ରେ ଚୁଡ଼ା ,ଚାଉଳ ମହଜୁଦ ରହିଥିବା ବ୍ଲକ ଯୋଗାଣ ଅଧିକାରୀ ବୈଠକ ରେ ସୁଚନା ଦେଇଥିଲେ ।ବ୍ଲକ ର ବୟାଙ୍ଗଡିହି , ବମକୁରା,ବାଲିପାଟଣା, ଶୋହଡା, ପଧାନୀ ପଂଚାୟତ ର ଥିବା ବାତ୍ୟା ଆଶ୍ରୟ ସ୍ଥଳ ରେ ନିରାପଦ ରେ ଲୋକ ମାନେ ରହିବେ ସେଦିଗରେ ଡାକବାଜି ଯନ୍ତ୍ର ମାଧ୍ୟମ ରେ ସୁଚନା ଦିଆ ଜୀବ ବୋଲି ତହସିଲଦାର ସୁଚନା ଦେଇ ଥିଲେ। ଗର୍ଭ ବତି ମହିଳା ଓ ରୋଗୀ ମାନେ ଆଗୁଆ ଉଚ୍ଚସ୍ତାନ ଓ ଡାକ୍ତରଖାନା କୁ ପଳାଇ ଆସିବାକୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande