ଗୋ ଶାଳା ନେଇ ଜମି ଚିହ୍ନଟ
ଜୟପୁର, ୨୨ ଅକ୍ଟୋବର (ହି.ସ.) - ଗୋ ଶାଳା ନେଇ ଆଜି ଜମି ଚିହ୍ନଟ ହୋଇଛି । ଜୟପୁର ବ୍ଲକ ଅନ୍ତର୍ଗତ ବାଲିା ପଂଚାୟତର ସୁନା ନଗରରେ ୨.୯ ଏକର ଜମି ଚିହ୍ନଟ ହୋଇଛି । ଉକ୍ତ ଜମିକୁ ଜୟପୁର ପୌର ପାଳିକା କ୍ରୟ କରିଥିଲା । ଉକ୍ତ ଜମିକୁ ଆଜି ଚିହ୍ନଟ କରାଯାଇଛି । ଏହି ଗୋ ଶାଳା ନିର୍ମାଣ ପାଇ ୧ କୋଟି ୮୦ ଲକ୍ଷ
ଗୋ ଶାଳା ନେଇ ଜମି ଚିହ୍ନଟ


ଜୟପୁର, ୨୨ ଅକ୍ଟୋବର (ହି.ସ.) - ଗୋ ଶାଳା ନେଇ ଆଜି ଜମି ଚିହ୍ନଟ ହୋଇଛି । ଜୟପୁର ବ୍ଲକ ଅନ୍ତର୍ଗତ ବାଲିା ପଂଚାୟତର ସୁନା ନଗରରେ ୨.୯ ଏକର ଜମି ଚିହ୍ନଟ ହୋଇଛି । ଉକ୍ତ ଜମିକୁ ଜୟପୁର ପୌର ପାଳିକା କ୍ରୟ କରିଥିଲା । ଉକ୍ତ ଜମିକୁ ଆଜି ଚିହ୍ନଟ କରାଯାଇଛି । ଏହି ଗୋ ଶାଳା ନିର୍ମାଣ ପାଇ ୧ କୋଟି ୮୦ ଲକ୍ଷ ଟଙ୍କାର ଡିପିଆର ପ୍ରସ୍ତୁତ କରାଯାଇଛି । ୧ କୋଟି ୫୦ ଲକ୍ଷ ରେ ବର୍ତମାନ କାଯ୍ୟ ଆରମ୍ଭ ହେବ । ଜୟପୁର ପୌର ପାଳିକା ଏକି କାଯ୍ୟ କରିବ । ଏନେଇ ଆଜି ଜୟପୁର ପୌର କାଯ୍ୟନିବାହି ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ତହସଲଦାର ସବ୍ୟସାଚି ଜେନା ପ୍ରମୁଖ ଯାଇ ଚିହ୍ନଟ କରିଛନ୍ତି । ବୁଧବାର ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତି ପ୍ରସ୍ତର ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପୌର କାର୍ଯ୍ୟ ନିବାହି ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande