ପାକିସ୍ତାନରେ ଫିତନା ଅଲ ଖ୍ଵାରିଜ ସମୂହର ୭ ଆତଙ୍କଦାଦୀ ନିହତ
ଲାହୋର, ୭ ଅକ୍ଟୋବର (ହି.ସ.)- ପାକିସ୍ତାନର ଆତଙ୍କବାଦ ନିରୋଧକ ବିଭାଗ ମକରବାଲ-ମିୟାଂବାଲି ନିକଟରେ ଗୁଇନ୍ଦା ଆଧାରିତ ଅଭିଯାନରେ ପ୍ରତିବନ୍ଧିତ ଫିତନା ଅଲ ଖ୍ଵାରିଜ ସମୂହର ୭ ଆତଙ୍କଦାଦୀଙ୍କୁ ନିପାତ କରିଛନ୍ତି । ଏହି ସମୟରେ ୮ ଜଣ ଆତଙ୍କବାଦୀ ଖସି ପଳାଇବାରେ ସଫଳ ହୋଇଥିଲେ । ଏଆରୱାଇ ନ୍ୟୁଜ ଚାନେଲ ଆତଙ୍
ପାକିସ୍ତାନରେ ଫିତନା ଅଲ ଖ୍ଵାରିଜ ସମୂହର ୭ ଆତଙ୍କଦାଦୀ ନିହତ


ଲାହୋର, ୭ ଅକ୍ଟୋବର (ହି.ସ.)- ପାକିସ୍ତାନର ଆତଙ୍କବାଦ ନିରୋଧକ ବିଭାଗ ମକରବାଲ-ମିୟାଂବାଲି ନିକଟରେ ଗୁଇନ୍ଦା ଆଧାରିତ ଅଭିଯାନରେ ପ୍ରତିବନ୍ଧିତ ଫିତନା ଅଲ ଖ୍ଵାରିଜ ସମୂହର ୭ ଆତଙ୍କଦାଦୀଙ୍କୁ ନିପାତ କରିଛନ୍ତି । ଏହି ସମୟରେ ୮ ଜଣ ଆତଙ୍କବାଦୀ ଖସି ପଳାଇବାରେ ସଫଳ ହୋଇଥିଲେ । ଏଆରୱାଇ ନ୍ୟୁଜ ଚାନେଲ ଆତଙ୍କବାଦୀ ନିରୋଧକ ବିଭାଗ ସୂତ୍ରରୁ ସୋମବାର ଏହି ଖବର ନିଜ ପୋର୍ଟାଲରେ ପୋଷ୍ଟ କରିଛି ।

ସୂଚନା ଅନୁସାରେ ଏହି ସମୟରେ ଘଟଣାସ୍ଥଳରୁ ୬ଟି ହାତଗୋଳା, ସୁରକ୍ଷା ଫ୍ୟୁଜ ତାର, ୭ଟି କଳାଶ୍ରୀକୋବ, ଗୁଳି ଏବଂ ବିସ୍ଫୋଟକ ସାମଗ୍ରୀ ଜବତ ହୋଇଛି । ଖସି ପଳାଇଥିବା ଆତଙ୍କବାଦୀଙ୍କୁ ଖୋଜା ଚାଲିଛି । ଏହି ଆତଙ୍କବାଦୀ ମାନେ ମିୟାଂବାଲିରେ ଆକ୍ରମଣର ଯୋଜନା କରିଥିଲେ ।

ଇଂଟର ସର୍ଭିସେସ ପବ୍ଲିକ ରିଲେସନ କହିଛି ଯେ, ଏହା ପୂର୍ବରୁ ସେପ୍ଟେମ୍ବର ୭ ତାରିଖରେ ଖୈବର-ପଖତୁନଖା ର ମହମ୍ମଦ ଜିଲ୍ଲାରେ ଫ୍ରଂଟିୟର କୋର ମୁଖ୍ୟାଳୟ ଉପରେ ଆକ୍ରମଣକୁ ପଣ୍ଡ କରିଥିଲା ସୁରକ୍ଷା ବଳ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande