ସମ୍ବଲପୁର, ୨୦ ନଭେମ୍ବର (ହି.ସ.) - ରାଜ୍ୟ ସରକାର ଭିନ୍ନକ୍ଷମ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ(ଏମସିଏଲ) ତରଫରୁ ୭.୫୦ କୋଟି (ସିଆରଏସ୍ ପାଣ୍ଠି) ଟଙ୍କାର ଅନୁଦାନ ଦ୍ୱାରା ୫୦୦ଟି ଇ-ରିକ୍ସା ରାଜ୍ୟ ର ୩୦ ଗୋଟି ଜିଲ୍ଲାର ର ଭିନ୍ନକ୍ଷମ ମାନଙ୍କୁ ସମ୍ବଲପୁର ଠାରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।ସୁଚନା ଅନୁଯାୟୀ ଉକ୍ତ ବିତରଣ ଉତ୍ସବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଓଡିଶା, ସ୍ଥାନୀୟ ଜନପ୍ରତିନିଧି, ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମନ୍ତ୍ରୀ ଓ ବିଭାଗୀୟ ଉଚ୍ଚ ପଦଧିକାରୀ ମାନଙ୍କର ଉପସ୍ଥିତିରେ ଆୟୋଜନ କରାଯିବ। ଜିଲ୍ଲା ପ୍ରସାଶନ, ସମ୍ବଲପୁର ଦ୍ୱାରା ସମସ୍ତ ବ୍ୟବସ୍ଥା କରାଯିବାର ନିର୍ଦ୍ଦେଶ ରହିଛି। ପ୍ରକାଶ ଥାଉ କି ସମ୍ବଲପୁର ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ କ୍ଷେତ୍ର ରେ ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରି ଭିନ୍ନକ୍ଷମ ମାନଙ୍କୁ ନୂଆନୂଆ ଯୋଜନାରେ ଅନ୍ତର୍ଭୁକ୍ତ କରିବାରେ ଉଦାହରଣ ସୃଷ୍ଠୀ କରିବ। ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଆଜିର ପ୍ରସ୍ତୁତି ବୈଠକ ଏସ୍. ଏସ୍. ଏ. ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଇ-ରିକ୍ସାର ସ୍ଥିତି, କାର୍ଯ୍ୟକ୍ରମ ପାଇଁ ସ୍ଥାନ ଚୟନ, ହିତାଧିକାରୀଙ୍କୁ ସ୍ଥାନାନ୍ତର ପାଇଁ ସ୍ଥାନ ଚୟନ, ନୋଡାଲ ଅଫିସର ଚୟନ, ପରିବହନ କମିଟି ଗଠନ, ମଂଚ ବ୍ୟବସ୍ଥା କମିଟି ଗଠନ, ଆମ୍ବୁଲାନ୍ସ/ଅଗ୍ନିଶମ ସେବାର ବ୍ୟବସ୍ଥା ଓ କାର୍ଯ୍ୟକ୍ରମ କାର୍ଯ୍ୟକୁ ସୁଗମ କରିବା ଉପରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ଜିଲ୍ଲା ର ଭିନ୍ନକ୍ଷମ ମାନେ କିପରି ସୂଚାରୁ ରୂପେ ସମ୍ବଲପୁର କୁ ଆସି କାର୍ଯ୍ୟକ୍ରମରେ ଭାଗ ନେବେ, ସେଥିପାଇଁ ବିଭିନ୍ନ କମିଟି ମାନ ଗଠନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଉପଜିଲ୍ଲାପାଳ ସଦର ଡ. ପୁଷ୍ପାଞ୍ଜଳି ପଣ୍ଡା, ଆରଟିଓ ରାମଦାସ ଟୁଡୁ, ନିଜାରତ ଅଫିସର ସୂର୍ଯ୍ୟକାନ୍ତ ବରାଳ, ଡେପୁଟି କମିସନର- ଏସଏମସି ସୀମାସବିତା କୁଲୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର କୁମାର ମହାନନ୍ଦ କାର?୍ୟ୍ୟକ୍ରମ ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ରବୀନ୍ଦ୍ର ନାଥ ଶତପଥୀ ବୈଠକ କୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ