ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଆଜି ଠାରୁ  ହେବ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ 
ଭୁବନେଶ୍ୱର 21 ନଭେମ୍ବର (ହି.ସ.) - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ସହଯୋଗରେ ଆଜି ଠାରୁ ଆଗାମୀ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ପାଳନ କରାଯିବ। ଜ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଆଜି ଠାରୁ  ହେବ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ 


ଭୁବନେଶ୍ୱର 21 ନଭେମ୍ବର (ହି.ସ.) - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ସହଯୋଗରେ ଆଜି ଠାରୁ ଆଗାମୀ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ପାଳନ କରାଯିବ। ଜନନାୟକ ଡ଼ଃ ହରେକୃଷ୍ଣ ମହତାବଙ୍କ ଏହି ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହେବ।

ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ହରେକୃଷ୍ଣ ମହତାବଙ୍କ ସ୍ମୃତିଚାରଣ କରାଯିବା ସହିତ ବିଭିନ୍ନ ପୁସ୍ତକ ଉନ୍ମୋଚନ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପକ୍ଷରୁ ପୁସ୍ତକ ପ୍ରଦର୍ଶନୀ, ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ତରଫରୁ ତୈଳଚିତ୍ର ପ୍ରଦର୍ଶନୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫୋଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ। ଏଥିସହିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ହରେକୃଷ୍ଣ ମହତାବଙ୍କ ଉପନ୍ୟାସ ପ୍ରତିଭା ଉପରେ ଆଧାରିତ ଏକ ନାଟକ ମଧ୍ୟ ପରିବେଷଣ କରାଯିବ।

ଏଥିସହ ତିନିଦିନର ଏହି କାର୍ଯ୍ୟକ୍ରମର ଶୀର୍ଷକକୁ ବିଭିନ୍ନ ବିଷୟବସ୍ତୁ ଯଥା ନବ ଉତ୍କଳର ନିର୍ମାତା ଡ଼ଃ ହରେକୃଷ୍ଣ ମହତାବ, ଡ଼ଃ ହରେକୃଷ୍ଣ ମହତାବ: ଏକ ତତ୍ତ୍ୱ ଏବଂ ରାଷ୍ଟ୍ର ନୀତିଜ୍ଞ ଡ଼ଃ ମହତାବ ଉପରେ ଆଧାରିତ କରି ରଖାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande