ଜେଏସ୍ ଏମ୍ କମର୍ସ, ଆର୍ଟସ ଆଣ୍ଡ ସାଇନ୍ସ କଲେଜ ର ନବମ ପ୍ରତିଷ୍ଠା ଦିବସ
ବଲାଙ୍ଗିର, ୨୧ ନଭେମ୍ବର (ହି.ସ.)- ବଲାଙ୍ଗୀର ଜେଏସ୍ ଏମ୍ କମର୍ସ, ଆର୍ଟସ ଆଣ୍ଡ ସାଇନ୍ସ କଲେଜ ର ନବମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି l କଲେଜର ପ୍ରାଧ୍ୟାପିକା ମନସ୍ମିତl ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ବରେଣ୍ୟ ଅତିଥି ଭାବରେ ଟିଟିଲାଗଡ଼ ଡି ଏ ଭି କଲେଜର ପୂର୍ବତନ
ଜେଏସ୍ ଏମ୍ କମର୍ସ,ଆର୍ଟସ ଆଣ୍ଡ ସାଇନ୍ସ କଲେଜ ର ନବମ ପ୍ରତିଷ୍ଠା ଦିବସ


ଆଦିବାସୀ ମହିଳାଙ୍କୁ ବିଷ୍ଠା ଖୁଆଇ ନୃଶଂସ ଆଚରଣ ମାମଲାରେ ଅପରାଧୀକୁ ତୁରନ୍ତ ଗିରଫ ଏବଂ ଆଦିବାସୀଙ୍କୁ ସୁରକ୍ଷା ଦାବୀ କଲା ଆଦିବାସୀ ସଂଘ


ବଲାଙ୍ଗିର, ୨୧ ନଭେମ୍ବର (ହି.ସ.)- ବଲାଙ୍ଗୀର ଜେଏସ୍ ଏମ୍ କମର୍ସ, ଆର୍ଟସ ଆଣ୍ଡ ସାଇନ୍ସ କଲେଜ ର ନବମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି l କଲେଜର ପ୍ରାଧ୍ୟାପିକା ମନସ୍ମିତl ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ବରେଣ୍ୟ ଅତିଥି ଭାବରେ ଟିଟିଲାଗଡ଼ ଡି ଏ ଭି କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଛାୟାକାନ୍ତ ଷଡଙ୍ଗୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ କେବଳ ପରୀକ୍ଷା ମାର୍କ ଉପରେ ଗୁତୁତ୍ତ୍ଵ ନଦେଇ ଜଣେ ଜଣେ ବିଚାରବନ୍ତ ମଣିଷ ହେବାକୁ ଉପଦେଶ ଦେଇଥିଲେ l ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ପ୍ରତିଦ୍ୱନ୍ଦିତା ମନୋଭାବ ନହୋଇ ସହଭାଗୀତା ମନୋଭାବ ରହୁ l ପ୍ରତିଦ୍ୱନ୍ଦିତା ସବୁବେଳେ ଇର୍ଷାପରାୟଣ ଓ ଅହଙ୍କାର ଭାବ ସ୍ରୁଷ୍ଟି କରିଥାଏ ଯେଉଁଥିପାଇଁ ଆଜି ଉଚ୍ଚଶିକ୍ଷିତ ମେଧାବୀ ଛାତ୍ରଛାତ୍ରୀ ମାନେ ବଡବଡ ଚାକିରୀ କରି ଶେଷରେ ଭ୍ରଷ୍ଟାଚାରରେ ଲିପ୍ତ ରହୁଛନ୍ତି l ଆଜି ଏଥିପାଇଁ ସାମାଜ କଳୁଷିତ ହେବାରେ ଲାଗିଛି ବୋଲି ଶ୍ରୀ ଷଡଙ୍ଗୀ କହିଥିଲେ l

ସଭା ପ୍ରାରମ୍ଭରେ ଅତିଥିଗଣ ମା ସମଲେଶ୍ଵରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭାକୁ ଉଦଘାଟନ କରିଥିଲେ l ସଭାକୁ କଲେଜର ଅଧ୍ୟାପିକା ଅଙ୍କିତା ମିଶ୍ର ସଂଯୋଜନା କରିଥିବା କଲେଜର ନିର୍ଦେଶକ ସିଏ ଶ୍ରୀକାନ୍ତ ଶର୍ମା, ପୂର୍ବତନ ଅଧ୍ୟକ୍ଷ ପୀତବାସ ପଣ୍ଡା, ମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ୍ ମନୋରଞ୍ଜନ ସାହୁ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ଦୃଢ଼ ମନୋବଳ, ସାହସ ଓ ଧୈର୍ଯ୍ୟ ବଳରେ ହିଁ ଜୀବନରେ ସଫଳତା ପାଇପାରିବେ ବୋଲି ଉପଦେଶ ଦେଇଥିଲେ l ଏହି ଅବସରରେ ଓପିଏସ ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବଲାଙ୍ଗୀରର ଭୂପେଶ ପାଢୀ ଓ ସନ୍ତୋଷ ନାଗଙ୍କୁ କଲେଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଅତିଥି ମାନଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଏହି ଉତ୍ସବରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ସହଯୋଗ କରିଥିଲେ l ଶେଷରେ କଲେଜର ଅଧ୍ୟାପିକା କ୍ରିଷ୍ଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande