ଧର୍ମପରାୟଣା ମହିଳାଙ୍କ ପରଲୋକ 
ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାହାବଳପୁର ପଂଚାୟତ ଅଧୀନ ଏକଡାଳ ଗ୍ରାମର ଧର୍ମପରାୟଣ ମହିଳା ସୂର୍ଯ୍ୟମଣି ଦାସ (୭୦)ଙ୍କର ପରଲୋକ ହୋଇଯାଇଛି। ସେ ହଠାତ୍ ପଡ଼ିଯାଇ ମସ୍ତିଷ୍କ ଆଘାତ ପାଇ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନାରେ ଭର୍ତି କରାଯାଇଥିଲା।
DHARMA PARAYAN MAHILNKA PARALOKA


ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାହାବଳପୁର ପଂଚାୟତ ଅଧୀନ ଏକଡାଳ ଗ୍ରାମର ଧର୍ମପରାୟଣ ମହିଳା ସୂର୍ଯ୍ୟମଣି ଦାସ (୭୦)ଙ୍କର ପରଲୋକ ହୋଇଯାଇଛି। ସେ ହଠାତ୍ ପଡ଼ିଯାଇ ମସ୍ତିଷ୍କ ଆଘାତ ପାଇ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ୱର୍ଗତା ସୂର୍ଯ୍ୟମଣି ଜଣେ ଧର୍ମପରାୟଣା, ଶାନ୍ତ, ସରଳ, ଅମାୟିକ ଓ ପରୋପକାରୀ ମହିଳା ଭାବେ ସ୍ଥାନୀୟ ଅଂଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତୁରା କବି ବସନ୍ତ ଦାସ, ବେଣୁଧର ଦାସ, ପୁଅ ଅମୂଲ୍ୟ ଦାସ, ବଂଶୀଧର ଦାସ, ମାୟାଧର ଦାସ, ଗୟାଧର ଦାସ, ସୁଶାନ୍ତ ଦାସ, ଝିଅ ମିନା ଦାସ, ଗେହ୍ଲେଇ ଦାସ, ଝିଆରୀ କନକ ଦାସ, ଜ୍ୱାଇଁ ଆଇନଜୀବୀ କ୍ଷୀରୋଦ ଦାସ, ବସନ୍ତ କୁମାର ମହାନ୍ତିଙ୍କ ସମେତ ନାତି ନାତୁଣୀ, ବୋହୂ, ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ପୁଅ ମାୟାଧର ମୁଖାଗ୍ନି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande