ନୂଆଦିଲ୍ଲୀ, 21 ନଭେମ୍ବର (ହି.ସ.)
- ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ 125ତମ ଜୟନ୍ତୀ
ସମାରୋହର ଉଦଘାଟନ ଆଜି ବିଜ୍ଞାନ ଭବନରେ ପୂର୍ବାହ୍ନ ସାଢେ 11ଟାରେ ହେବ । ଏହି ଅବସରରେ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ, ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ । କଟକ ସାଂସଦ ତଥା ଡ.ହରେକୃଷ୍ଣ
ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ ବି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ଏକ
ବିଶେଷ ସ୍ମାରକ ଡାକ ଟିକେଟ ଓ ମୁଦ୍ରା ଜାରି କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା