ମୌନୀ ଅମାବାସ୍ୟାକୁ ନେଇ ପ୍ରଶାସନ ଆଲର୍ଟ, କୁମ୍ଭ କ୍ଷେତ୍ରର ଚାରିଦିଗରେ ଶ୍ରଦ୍ଧାଳୁ କରିବେ ସ୍ନାନ
ମହାକୁମ୍ଭ ନଗର, ୨୮ ଜାନୁଆରୀ (ହି.ସ.)- ମହାକୁମ୍ଭର ଦ୍ୱିତୀୟ ଅମୃତ ସ୍ନାନ ତଥା ମୌନୀ ଅମାବାସ୍ୟା ପର୍ବକୁ ନେଇ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ପ୍ରୟାଗରାଜ ସହିତ ସମ୍ପୂର୍ଣ୍ଣ ମେଳା କ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୌନୀ ଅମାବାସ୍ୟାରେ ଯେଉଁ ଶ୍ରଦ୍ଧାଳୁ ଯେଉଁ ଦିଗରୁ
ମୌନୀ ଅମାବାସ୍ୟାକୁ ନେଇ ପ୍ରଶାସନ ଆଲର୍ଟ, କୁମ୍ଭ କ୍ଷେତ୍ରର ଚାରିଦିଗରେ ଶ୍ରଦ୍ଧାଳୁ କରିବେ ସ୍ନାନ


ମହାକୁମ୍ଭ ନଗର, ୨୮ ଜାନୁଆରୀ (ହି.ସ.)- ମହାକୁମ୍ଭର ଦ୍ୱିତୀୟ ଅମୃତ ସ୍ନାନ ତଥା ମୌନୀ ଅମାବାସ୍ୟା ପର୍ବକୁ ନେଇ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ପ୍ରୟାଗରାଜ ସହିତ ସମ୍ପୂର୍ଣ୍ଣ ମେଳା କ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୌନୀ ଅମାବାସ୍ୟାରେ ଯେଉଁ ଶ୍ରଦ୍ଧାଳୁ ଯେଉଁ ଦିଗରୁ ଆସିବେ ସେ ସେହି ଦିଗରେ ଗଙ୍ଗା, ଯମୁନା ଏବଂ ଅନ୍ତଃ ସଲୀଳା ସରସ୍ୱତୀରେ ବୁଡ ପକାଇ ପୁଣ୍ୟ ଲାଭ କରିପାରିବେ । ମୌନୀ ଅମାବାସ୍ୟାରେ ଶ୍ରଦ୍ଧାଳୁଙ୍କ ସୁଲଭ ସ୍ନାନ ଏବଂ ସୁରକ୍ଷା ଦୃଷ୍ଟି କୋଣରୁ ମେଳା ପ୍ରଶାସନ ପକ୍ଷରୁ ଏହି ପ୍ରସ୍ତୁତି କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେଳା କ୍ଷେତ୍ରରେ ସମସ୍ତ ୩୦ ପାଂଟୁନ ପୋଲକୁ ଆଜି ଠାରୁ ଯାତାୟାତ ବନ୍ଦ କରାଯାଇଛି ।

ମେଳା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୌନୀ ଅମାବାସ୍ୟାର ଦିନକ ପୂର୍ବରୁ ତଥା ମଙ୍ଗଳବାର ଦିନ ୧୨ଟା ସୁଦ୍ଧା ୧୦ ଲକ୍ଷ କଳ୍ପବାସୀ ତଥା ୧.୭୮ କୋଟି ଶ୍ରଦ୍ଧାଳୁ ସ୍ନାନ କରି ସାରିଛନ୍ତି । ମକର ସଂକ୍ରାନ୍ତୀ ଠାରୁ ଜାନୁଆରୀ ୨୭ ତାରିଖ ସୁଦ୍ଧା ୧୪.୭୬ କୋଟି ଶ୍ରଦ୍ଧାଳୁ ଆସ୍ଥାର ସଙ୍ଗମରେ ବୁଡ଼ ପକାଇ ସାରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande